ଓଡ଼ିଶା 365 (ବ୍ୟୁରୋ) : ଆମେ ପାଟି ସ୍ୱାଦ ପାଇଁ ଜାମୁ କୋଳି ଖାଇଥାଉ । କିନ୍ତୁ ଆପଣ ଜାଣନ୍ତିକି ଜାମୁକୋଳିରେ ରହିଛି ଅନେକ ଔଷଧୀୟ ଗୁଣ । ଖାଲି ସେତିକି ନୁହେଁ ଜାମୁକୋଳିକୁ ଆୟୁର୍ବେଦିକ ଔଷଧ ବୋଲି ବିବେଚନା ମଧ୍ୟ କରାଯାଏ । ଏହା ଏପରି ଏକ ଫଳ ଯାହା ଗ୍ରୀଷ୍ମ ଋତୁରେ ପ୍ରଚୁର ପରିମାଣରେ ମିଳିଥାଏ । ଜାମୁ କୋଳିରେ ଭିଟାମିନ୍ ବି ଏବଂ ଆଇରନ୍ ଭରପୂର ରହିଥାଏ । ଏହାକୁ ଖାଇବା ଦ୍ୱାରା କ୍ୟାନ୍ସର୍, ପାଟି ଘା’ ହେବାର ଆଶଙ୍କା କମ୍ ରହିଥାଏ ।ତେବେ ଜାଣନ୍ତୁ ଏହାର ଫାଇଦା
ପେଟ ଯନ୍ତ୍ରଣା ହେବା କିମ୍ବା ଖାଦ୍ୟ ହଜମ ନହେଉଥିଲେ ଜାମୁ କୋଳି ଖାଆନ୍ତୁ । ଲିଭର୍ ସମସ୍ୟା ଥିଲେ ଜାମୁ କୋଳି ରସ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଜାମୁ କୋଳିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଜାମୁ କୋଳିରେ କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍, ଭିଟାମିନ୍ ମିଳିଥାଏ ।
ଚର୍ମର ରଙ୍ଗର ଉନ୍ନତି କରିବା ପାଇଁ ଜାମୁ କୋଳି ସହାୟକ ହୋଇଥାଏ । ମଖ ବ୍ରଣର ସମସ୍ୟା ଦୁର କରିଥାଏ । ମଧୁମେହ ରୋଗୀମାନଙ୍କ ପାଇଁ ଜାମୁ କୋଳି ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏହା ସୁଗାର୍ ଲେବଲକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।