ଓଡ଼ିଶା 365 (ବ୍ୟୁରୋ): ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ । ପୁରସ୍କାର ପ୍ରଦାନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁଯାୟୀ, ପୂର୍ବରୁ ୨୦୨୩ ମସିହା ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଏଥିରେ ତିନି ଜଣଙ୍କ ନାଁ ସ୍ଥାନ ପାଇଥିଲା । ଅଭିନେତ୍ରୀ ଆଲ୍ଲିଆ ଭଟ୍ଟ, କ୍ରିତୀ ସାନନ ଓ ଅଲ୍ଲୁ ଅର୍ଜୁନ । ଚଳିତବର୍ଷ ଶ୍ରେଷ୍ଠ କଳାକାର ଭାବେ ଅଭିନେତ୍ରୀ ଆଲ୍ଲିଆ ଭଟ୍ଟଙ୍କୁ ଗଙ୍ଗୁବାଇ କାଠିଆୱାଡୀ ଓ କ୍ରିତୀ ସାନନଙ୍କୁ ‘ମିମି’ ପାଇଁ ପୁରସ୍କୃତ କରାଯାଇଛି । ଠିକ୍ ସେହିଭଳି ଅଲ୍ଲୁ ଅର୍ଜୁନଙ୍କୁ ‘ପୁଷ୍ପା’ ସିନେମା ପାଇଁ ଶ୍ରେଷ୍ଠ କଳାକାର ଭାବେ ଚୟନ କରାଯାଇଛି । ଏହାସହ ଭିନ୍ନ ଭିନ୍ନ କାଟାଗୋରୀ ପାଇଁ ମଧ୍ୟ ନାମ ଘୋଷଣା କରାଯାଇଥିଲା ।
ହେଲେ ବର୍ତ୍ତମାନ ଆର୍ ମାଧବନଙ୍କ ନିର୍ଦ୍ଦେଶିତ ଫରକେଟ୍ରି: ନାମ୍ବି ଇଫେକ୍ଟ’, ପୁଷ୍ପା: ଦି ରାଇଜ୍’ ପାଇଁ ଅଲ୍ଲୁ ଅର୍ଜୁନ, ଆଲିଆ ଭଟ୍ଟ ଏବଂ କ୍ରିତି ସାନନ୍ଙ୍କୁ ମିଳିବ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର । ସେହିପରି ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ‘କାଶ୍ମୀର ଫାଇଲ୍’ ଜାତୀୟ ଏକୀକରଣର ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ନର୍ଗିସ୍ ଦତ୍ତ ପୁରସ୍କାର ପାଇବେ । ଏହି ଷ୍ଟାର ମାନଙ୍କୁ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପୁରସ୍କୃତ କରିବେ ।
ଖବର ମୁତାବକ, ପୁରସ୍କାର ଗ୍ରହଣ କରିବା ପାଇଁ କାର୍ଯ୍ୟକ୍ରମରେ ପହଞ୍ଚିଗଲେଣି ଆଲିଆ । ସେ ନିଜ ବିବାହ ଶାଢ଼ୀ ପିନ୍ଧିଥିବାର ଦେଖିବାକୁ ମିଳିଛି । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଶାଢ଼ି ପିନ୍ଧିବା ସହ ସେ ମଥାରେ ଲାଲ ରଙ୍ଗର ଟିକିଲି, କେଶରେ ଧଳା ରଙ୍ଗର ଗୋଲାପ ଫୁଲ ଲଗାଇଥିବା ଦେଖିବାକୁ ମିଳିଛି। ଗଙ୍ଗୁବାଇ କାଠିଆୱାଡି ଫିଲ୍ମରେ ଆଲିଆ ଭଟ୍ଟଙ୍କ ସହ ଶାନ୍ତନୁ ମହେଶ୍ୱରୀ, ବିଜୟ ରାଜ, ଅଜୟ ଦେବଗନ୍, ଜିମ୍ ସରଭଙ୍କ ଭଳି ତାରକାଙ୍କୁ ଦେଖିବାକୁ ମିଳିଥିଲା । ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ୫ଟି ମୁଖ୍ୟ ବର୍ଗରେ ଜାତୀୟ ପୁରସ୍କାର ଜିତିଥିବାବେଳେ ଏବେ ପୁୁଣିଥରେ ଏକ ଜାତୀୟ ପୁରଷ୍କାରରେ ପୁରସ୍କୃତ ହେବାକୁ ଯାଉଛି ।