ଓଡ଼ିଶା 365 (ବ୍ୟୁରୋ): ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତା ୩ଦିନ ଅର୍ଥାତ୍ ୧୮ରୁ ୨୦ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଣୁ ଫିକା ପଡ଼ିଯାଇପାରେ ଚଳିତ ବର୍ଷର ପାର୍ବଣ।
ସାରା ରାଜ୍ୟରେ ଘୂର୍ଣ୍ଣଝଡ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା କରାଯାଇଥିବା ବେଳେ ୧୮ ତାରିଖରେ ୧୧ଜିଲ୍ଲାରେ କେବଳ ବର୍ଷାର ଆକଳନ କରାଯାଇଛି । ୧୯ ତାରିଖରେ ୮ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ୨୦ ତାରିଖରେ ୭ଜିଲ୍ଲାରେ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।