ଓଡ଼ିଶା 365 (ବ୍ୟୁରୋ) : କାଶ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ତେବେ ଜଦି ଏହା ଅଧିକ ଦିନ ଲାଗିରୁହେ ତେବେତ ନିଶ୍ଚିନ୍ତ ଚିନ୍ତାଜନକ । ସାଧାରଣତଃ ଥଣ୍ଡା ହେଉ କିମ୍ବା ପେଟ ଗରମ ହେଉ କାଶ ହୋଇଥାଏ । କିନ୍ତୁ କାଶ ଅଧିକ ଦିନ ଯାଏଁ ରହିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ। ତେଣୁ କାଶର ଚିକିତ୍ସା କରିବା ନିହାତି ଆବଶ୍ୟକ ।ଯଦିଓ କାଶ ହେବାର ରହିଛି ଅନେକ କାରଣ । ଜଳବାୟୁର ପରିବର୍ତ୍ତନ ଧୂଳି, ପ୍ରଦୂଷଣ ଆଦି କାଶ ହେବାର କାରଣ ହୋଇଥାଏ । ତେବେ କାଶ ପାଇଁ ଘରୋଇ ଉପଚାର ସବୁଠାରୁ ଭଲ ହୋଇଥାଏ । ଯାହାକୁ ଆମେ କହିଥାଉ ଦେଶି ଚିକିତ୍ସା ।
କାଶ ପାଇଁ ସବୁଠାରୁ ଉତ୍ତମ ଘରୋଇ ଉପଚାର ହେଉଛି ମହୁ। ମହୁରେ ଆଣ୍ଟିଅକ୍ସିଡେଣ୍ଟ ଗୁଣର ମାତ୍ରା ଅଧିକ ପରିମାଣରେ ରହିଥାଏ । ଯାହା ଜୀବାଣୁ ସହ ଲଢ଼ିବାରେ ସାହାର୍ଯ୍ୟ କରିଥାଏ । ମହୁ ସେବନ ଦ୍ୱାରା ଗଳାର ଯନ୍ତ୍ରଣା ମଧ୍ୟ ଦୂର ହୋଇଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଥଣ୍ଡା-କାଶ ଉପଚାର ପାଇଁ ମହୁ ଔଷଧ ଠାରୁ ମଧ୍ୟ ପ୍ରଭାବଶାଳୀ । ହର୍ବାଲ ଚା’ କିମ୍ବା ପାଣିରେ ଦୁଇ ଚାମଚ ମହୁ ମିଶାଇ ଦିନକୁ ଦୁଇଥର ସେବନ କଲେ କାଶ ଭଲ ହୋଇଥାଏ ।
ଲୁଣ ପାଣିରେ ଗାର୍ଗିଲିଂ କଲେ କାଶ ଓ ଗଳା ଯନ୍ତ୍ରଣାରୁ ଆରାମ ମିଳିଥାଏ । ଏକ କପ ଗରମ ପାଣିରେ ଲୁଣ ପକାଇ ଦିନକୁ ୩-୪ ଥର ଗାର୍ଗିଲିଂ କରିଲେ ଆରାମ ମିଳିଥାଏ ଦେଇଥାଏ ।
କାଶ ପାଇଁ ଆଉ ଏକ ପ୍ରଭାବଶାଳୀ ଘରୋଇ ଉପଚାର ହେଲା ଅଦା । ଶୀତ ଦିନରେ ଗୋଲମରିଚ ଓ ଅଦା ପକା ଚା’ ସେବନ କଲେ କାଶ ଭଲ ହୋଇଥାଏ। ଏହି ଚା’ରେ ମହୁ ପକାଇ ମଧ୍ୟ ସେବନ କରିପାରିବେ। କିନ୍ତୁ ଅଧିକ ମାତ୍ରାରେ ଅଦା ଚା’ ସେବନ ଦ୍ୱାରା ପେଟ ଖରାପ ହୋଇପାରେ। ସେଥିପାଇଁ ସୀମିତ ମାତ୍ରାରେ ପିଇବା ଉଚିତ୍ ।