ଓଡ଼ିଶା 365 (ବ୍ୟୁରୋ): ପୂଜାପର୍ବାଣୀ ହେଲେ ରାସ୍ତା ଘାଟ ସହ ସିନେମା ହଲରେ ବି ବହୁତ ଭିଡ ଜମିଥାଏ । କାରଣ ଦର୍ଶକ ମାନଙ୍କୁ ପୂଜାପର୍ବରେ ଭରପୁର ମାତ୍ରାରେ ମନୋରଞ୍ଜନ ଦରକାର ହୋଇଥାଏ । ଏହାକୁ ନଜରରେ ରଖି ଫୁଲ୍ ଦମରେ ଆଗକୁ ମାଡିଚାଲିଛି ଓଡିଆ ଚଳଚ୍ଚିତ୍ର । ଚଳିତ ବର୍ଷ ଦଶହରାରେ ଦର୍ଶକ ମାନଙ୍କୁ ଉପହାର ଭେଟି ଦେବାକୁ ଯାଉଛି ଓଡିଆ ଇଣ୍ଡଷ୍ଟ୍ରି । ଏକା ସାଙ୍ଗରେ ରିଲିଜ୍ ହେବାକୁ ଯାଉଛି ୩ଟି ଦମ୍ଦାର୍ ଚଳଚ୍ଚିତ୍ର । ଆକ୍ସନ, ରୋମାନ୍ସ ସହ ଦର୍ଶକମାନେ ଏହି ଚଳଚ୍ଚିତ୍ରରେ ସେମାନଙ୍କ ମନ ପସନ୍ଦର ଷ୍ଟାରଙ୍କୁ ଦେଖିବାକୁ ପାଇବେ। ବାବୁସାନ୍ ଓ ଅମ୍ଳାନଙ୍କ ଅଭିନୀତ ‘ମାଲ୍ୟଗିରି’, ସିଦ୍ଧାନ୍ତ ମହାପାତ୍ରଙ୍କ ‘କଟକ: ଶେଷରୁ ଆରମ୍ଭ’ ଓ ଅରିନ୍ଦମଙ୍କ ‘ରାମ୍’। ଏହି ୩ଟି ଫିଲ୍ମ ପ୍ରେକ୍ଷାଳୟକୁ ଆସିବ । ହେଲେ ଏହା ପୂର୍ବରୁ ଫିଲ୍ମର ପୋଷ୍ଟର, ଗୀତ ଆଉ ଆକ୍ସନ ଭରା ଟ୍ରେଲର ଦର୍ଶକ ମାନଙ୍କ ମନ ଜିଣିସାରିଲାଣି ।
ମାଲ୍ୟଗିରି:
ଫିଲ୍ମ ‘ଦମନ’ ପରେ ଏବେ ‘ମାଲ୍ୟଗିରି’ରେ ଅଭିନେତା ବାବୁଶାନ୍ ମହାନ୍ତିଙ୍କୁ ନେଇ ଦର୍ଶକଙ୍କ ମନରେ ଅଧିକ ଆଶା ଓ ଉତ୍ସାହ ଦେଖିବାକୁ ମିଳୁଛି। ବାବୁସାନ ଅଛନ୍ତି ମାନେ ଏହି ଫିଲ୍ମରେ ଅନେକ କିଛି ରହିଥିବ ବୋଲି ର୍ଦାକ ମାନେ ଆଶା ବାନ୍ଧି ବସିଛନ୍ତି । ସେହିପରି ଅଭିନେତା ଅମ୍ଳାନଙ୍କୁ ମଧ୍ୟ ଏହି ଫିଲ୍ମରେ ଏକ ଭିନ୍ନ ରଙ୍ଗରେ ଦେଖିବାକୁ ମିଳିବ । ଏଥିରେ ବାବୁଶାନ୍ଙ୍କ ସହ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏବଂ ଅମ୍ଳାନ୍ଙ୍କ ସହ ଅଭିନେତ୍ରୀ ସୂର୍ୟ୍ୟମୟୀଙ୍କ ଯୋଡି ଦେଖିବାକୁ ମିଳିବ। ତେବେ ଆସନ୍ତା ୧୯ରେ ଏହି ଫିଲ୍ମ ରିଲିଜ ହେବ ବୋଲି ସୂଚନା ମିଳିଛି ।
କଟକ: ଶେଷରୁ ଆରମ୍ଭ
ଆସନ୍ତା ୨୦ରେ ରିଲିଜ ହେବ ଫିଲ୍ମ ‘କଟକ: ଶେଷରୁ ଆରମ୍ଭ’ । ଏଥିରେ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ। ସେହିପରି ଦେବାଶିଷ ପାତ୍ର, ପୁନମ୍ ମିଶ୍ର, ପ୍ରସନଜିତ୍ ମହାପାତ୍ର, ଚୌଧୁରୀ ବିକାଶ ଦାସ, ଜୟପ୍ରକାଶ ଦାସ, ଜଗନ୍ନାଥ ସେଠୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ । ଏହି ଫିଲ୍ମଟି କଟକର ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଅଧିକାଂଶ ଶୁଟିଂ ମଧ୍ୟ କଟକରେ କରାଯାଇଛି ।
ରାମ୍:
ଏହି ଚଳଚ୍ଚିତ୍ରଟି ଏକ ସ୍ପାଏର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଏଥିରେ ଅରିଦମଙ୍କ ସହ ବଲିଉଡର ଖଳନାୟକ ଅଭିନେତା ରାହୁଲ୍ ଦେବଙ୍କ ସହ ଫାଇଟ୍ ସିନ ଦେଖିବାକୁ ମିଳିବ । ସେହିପରି ଅରିନ୍ଦମଙ୍କ ବିପକ୍ଷରେ ବଙ୍ଗୀୟ ଅଭିନେତ୍ରୀ ପୂପସାଙ୍କୁ ଦେଖିବାକୁ ମିଳିବ । ସୂଚନା ମୁତାବକ, ଆସନ୍ତା ୨୦ରେ ଏହି ରିଲିଜ ହେବ।