ଓଡ଼ିଶା 365 (ବ୍ୟୁରୋ) : ଆରମ୍ଭ ହେଲାଣି ଶୀତଦିନ । ତେବେ ଏହି ଦିନରେ ପେଟ ଜନିତ ସମସ୍ୟା ଅଧିକ ଦେଖାଦେଇଥାଏ । କାରଣ ସାଧରଣତ ଲୋକମାନେ ଶୀତ ପାଇଁ ପାଣି କମ୍ ପିଇଥାଆନ୍ତି । ଶୀତଦିନେ ଅତ୍ୟଧିକ ଥଣ୍ଡା କାରଣରୁ ଅଧିକାଂଶ ସମୟରେ ସର୍ଦ୍ଦି-ଥଣ୍ଡା ପରି ସମସ୍ୟା ମଧ୍ୟ ଲାଗି ରହିଥାଏ । ବିଶେଷକରି ଅତ୍ୟଧିକ ଥଣ୍ଡା ଯୋଗୁଁ ସଠିକ ସମୟରେ ଖାଦ୍ୟ ଖାଇବାରେ ଅବହେଳା କରିଥାନ୍ତି । ଏହି ଦିନମାନଙ୍କରେ କଣ ଖାଇବା ଉଚିତ କଣ ନୁହେଁ ସେ ପ୍ରତି ଅଧିକ ଧ୍ୟାନ ଦେଇନଥାନ୍ତି । ତେବେ କଣ ଖାଇବା ଉଚିତ୍ ଓ କଣ ଖାଇବା ଉଚିତ୍ ନୁହେଁ ଆସନ୍ତୁ ଜାଣିବା –
- ଶୀତ ଦିନେ ଦୁଗ୍ଧ ଜାତୀୟ ଖାଦ୍ୟ ପଦାର୍ଥ ଠାରୁ ଦୁରେଇ ରହିବା ଉଚିତ । ନଚେତ ଥଣ୍ଡା -ଜ୍ୱର ପରି ସମସ୍ୟା ଲାଗି ରହିପାରେ । କ୍ଷୀର କଫ କାରକ ହୋଇଥିବା ବେଳେ ଦହି ଖାଇବା ଦ୍ୱାରା ତଂଟି ଦରଜ ପରି ସମସ୍ୟା ଦେଖାଦେଇପାରେ ।
- ସାଧାରଣତଃ ଆମେ ଶୀତ ଦାଉରୁ ରକ୍ଷା ପାଇଁ ଚାହା, କଫି ଆଦିର ସେବନ ଅଧିକ କରିଥାଉ । କିନ୍ତୁ ଜାଣନ୍ତିକି କେଫିନ ଯୁକ୍ତ ପାନୀୟ ଦ୍ୱାରା ବି ଥଣ୍ଡା- ସର୍ଦ୍ଦି ପରି ସମସ୍ୟା ଲାଗିରହେ । ତେଣୁ ଏହି ସମୟରେ ସୁସ୍ଥ ରହିବା ପାଇଁ କେଫିନ ଯୁକ୍ତ ପାନୀୟ କମ କରିବା ଉଚିତ ।
- ଥଣ୍ଡା କାରଣରୁ ଏହି ଦିନ ଗରମ ଗରମ ଛଣାଛଣି ଖାଦ୍ୟ ଖାଇବାକୁ ବେଶୀ ଇଚ୍ଛା ହୁଏ । ଏହି କାରଣରୁ ପେଟ ଗରମ ପରି ସମସ୍ୟା ଲାଗିରହେ । ଆଉ ପେଟ ଗରମ ହେଲେ କାଶ ଲାଗି ରୁହେ । ମିଠା ଖାଦ୍ୟ ମଧ୍ୟ କଫ କାରକ । ତେଣୁ ଏଗୁଡିକର ସେବନ ବି ସୀମିତ ମାତ୍ରାରେ କରିବା ଉଚିତ । ଅଧିକ ମିଠା ଖାଇବା ଫଳରେ ଶରୀରର ରୋଗ ପ୍ରତିରୋଧ କ୍ଷମତା କମିଯାଏ ।