ଓଡ଼ିଶା 365 (ବ୍ୟୁରୋ) : ସାଧାରଣତଃ ଆପଣ ଦେଖିଥିବେ ଅନେକ ଲୋକଙ୍କର ଅଭ୍ୟାସ ରହିଥାଏ କି ସକାଳୁ ଉଠିବା ପରେ ଖାଲିପେଟରେ ଚା ପିଇଥାଆନ୍ତି । ଚା କିମ୍ବା କଫି ପିଇବା ବିନା ସେମାନେ ନିଜକୁ କୌଣସି କାମରେ ଧ୍ୟାନ ଦେଇ ପାରନ୍ତି ନାହିଁ । ଏମିତିକି ଅନେକ ସମୟରେ ଏମାନେ ଖାଲି ପେଟରେ ଏବଂ ସକାଳୁ ଉଠିବା ମାତ୍ରେ ମଧ୍ୟ ଚା’ ପିଇଥାଆନ୍ତି । ତେବେ ଏମିତି କରିବା ଆପଣଙ୍କୁ ମହଙ୍ଗା ପଡ଼ିପାରେ । କାରଣ ଖାଲିପେଟରେ ଚା’ କିମ୍ବା କଫି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଯଦି ଆପଣ ଖାଲି ପେଟରେ କେଫିନ ସେବନ କରୁଥାଆନ୍ତି ଏବଂ ଚା’ କିମ୍ବା କଫି ପିଇବାକୁ ପସନ୍ଦ କରୁଥାନ୍ତି, ତେବେ ଏହାଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇପାରେ । ଆସନ୍ତୁ ଜାଣିବା ଏହାଦ୍ୱାରା କେଉଁ ପ୍ରକାର ସମସ୍ୟା ହୋଇପାରେ-
- ରିସର୍ଚ୍ଚ ଅନୁସାରେ, ଅଧିକ ଚା’ ପିଇବା ଦ୍ୱାରା ଅନିଦ୍ରା ଭଳି ସମସ୍ୟା ଭୋଗିପାରନ୍ତି । ଏଥିପାଇଁ ମଣିଷ ଚିଡଚିଡାପଣ ଏବଂ କ୍ଳାନ୍ତ ଅନୁଭବ କରିଥାନ୍ତି । ଖାଲି ପେଟରେ ଚା’ ପିଇବା ଦ୍ୱାରା ଏଭଳି ସମସ୍ୟା ସୃଷ୍ଟି ହୋଇପାରେ ।
- ପ୍ରତିଦିନ ସକାଳେ ଖାଲି ପେଟରେ ଚା’ କିମ୍ବା କଫି ପିଇବା ଅଭ୍ୟାସ ଥିଲେ ଏହା ଖୁବ ଭୟଙ୍କର ହୋଇପାରେ । ଏହି ଅଭ୍ୟାସ ଯୋଗୁଁ କମ୍ ବୟସରେ ଆପଣଙ୍କ ଶରୀରର ଗଣ୍ଠି ଏବଂ ହାଡରେ ଯନ୍ତ୍ରଣା ଆରମ୍ଭ ହୋଇପାରେ । ତେବେ ଏହା ଧିରେ ଧିରେ ହାଡଗୁଡିକୁ କମଜୋର କରିଦେଇଥାଏ ।