ଓଡ଼ିଶା 365 (ବ୍ୟୁରୋ): ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ । ପୁରସ୍କାର ପ୍ରଦାନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ମଧ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁଯାୟୀ, ୨୦୨୩ ମସିହା ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଏଥିରେ ତିନି ଜଣଙ୍କ ନାଁ ସ୍ଥାନ ପାଇଥିଲା । ଅଭିନେତ୍ରୀ ଆଲ୍ଲିଆ ଭଟ୍ଟ, କ୍ରିତୀ ସାନନ ଓ ଅଲ୍ଲୁ ଅର୍ଜୁନ । ଚଳିତବର୍ଷ ଶ୍ରେଷ୍ଠ କଳାକାର ଭାବେ ଅଭିନେତ୍ରୀ ଆଲ୍ଲିଆ ଭଟ୍ଟଙ୍କୁ ଗଙ୍ଗୁବାଇ କାଠିଆୱାଡୀ ଓ କ୍ରିତୀ ସାନନଙ୍କୁ ‘ମିମି’ ପାଇଁ ପୁରସ୍କୃତ କରାଯାଇଛି । ଠିକ୍ ସେହିଭଳି ଅଲ୍ଲୁ ଅର୍ଜୁନଙ୍କୁ ‘ପୁଷ୍ପା’ ସିନେମା ପାଇଁ ଶ୍ରେଷ୍ଠ କଳାକାର ଭାବେ ଚୟନ କରାଯାଇଛି । ଏହାସହ ଭିନ୍ନ ଭିନ୍ନ କାଟାଗୋରୀ ପାଇଁ ମଧ୍ୟ ନାମ ଘୋଷଣା କରାଯାଇଛି ।
ଅନ୍ୟପଟେ ଆରଆରଆରକୁ ଶ୍ରେଷ୍ଠ ଚଳଚିତ୍ର । ରକେଟ୍ରି : ଦ ନମ୍ବି ଇଫେକ୍ଟକୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର , ପୁଷ୍ପା ଓ ଆରଆରଆରକୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର , ଗଙ୍ଗୁବାଇ କାଠିଆୱାଡୀ ସିନେମା ପାଇଁ ଶ୍ରେଷ୍ଠ ମେକଅପ୍ ଆର୍ଟିଷ୍ଟ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି । ହେଲେ ବର୍ତ୍ତମାନ ଆର୍ ମାଧବନଙ୍କ ନିର୍ଦ୍ଦେଶିତ ଫରକେଟ୍ରି: ନାମ୍ବି ଇଫେକ୍ଟ’, ପୁଷ୍ପା: ଦି ରାଇଜ୍’ ପାଇଁ ଅଲ୍ଲୁ ଅର୍ଜୁନ, ଆଲିଆ ଭଟ୍ଟ ଏବଂ କ୍ରିତି ସାନନ୍ଙ୍କୁ ମିଳିବ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ପୁରସ୍କାର । ସେହିପରି ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ‘କାଶ୍ମୀର ଫାଇଲ୍’ ଜାତୀୟ ଏକୀକରଣର ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ନର୍ଗିସ୍ ଦତ୍ତ ପୁରସ୍କାର ପାଇବେ । ଏହି ଷ୍ଟାର ମାନଙ୍କୁ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପୁରସ୍କୃତ କରିବେ ।