ଓଡ଼ିଶା 365 (ବ୍ୟୁରୋ): ଛତ୍ରପତି ଶିବାଜୀ ମହାରାଜା ଅନ୍ତର୍ଜାତୀୟ ବିମାନବନ୍ଦର ଭାବରେ ଜଣାଶୁଣା ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ମଙ୍ଗଳବାର ବନ୍ଦ ରହିବ ବୋଲି ସ୍ଥିର ହୋଇଛି। ମୌସୁମୀ ଋତୁ ପରେ ବିମାନବନ୍ଦରର ଦୁଇଟି ରନୱେରେ ରକ୍ଷଣାବେକ୍ଷଣ କାର୍ୟ୍ୟ ପାଇଁ ବିମାନ ବନ୍ଦର ସାମୟିକ ଭାବେ ବନ୍ଦ ରହିବ। ସିଏସଏମଆଇଏ ର ବିବୃତ୍ତି ଅନୁଯାୟୀ, ବିମାନ ଚଳାଚଳ ୬ ଘଣ୍ଟା ପାଇଁ ବନ୍ଦ ହେବାକୁ ଯାଉଛି। ରକ୍ଷଣାବେକ୍ଷଣ କାର୍ୟ୍ୟ ସକାଳ ୧୧ ଟାରୁ ୫ ଟା ପର୍ୟ୍ୟନ୍ତ ଚାଲିବ ।
ବିମାନବନ୍ଦର ମୁଖପାତ୍ର ଏକ ବିବୃତ୍ତି ଜାରି କରି କହିଛନ୍ତି, ‘ ସିଏସଏମଆଇଏ ର ମୌସୁମୀ ପରବର୍ତ୍ତୀ ରନୱେ ରକ୍ଷଣାବେକ୍ଷଣ ଯୋଜନାର ଏକ ଅଂଶ ଭାବରେ ଉଭୟ ରନୱେ ଆରଡବ୍ଲୁୱାଇ ୦୯/୨୭ ଏବଂ ଆରଡବ୍ଲୁୱାଇ ୧୪/୩୨ ଅକ୍ଟୋବର ୧୭ ରେ ଅସ୍ଥାୟୀ ଭାବରେ କାର୍ୟ୍ୟକ୍ଷମ ହେବାର କାର୍ୟ୍ୟକ୍ରମ ରହିଛି। ଏହି ନିର୍ଦ୍ଧାରିତ ଅସ୍ଥାୟୀ ବନ୍ଦ ସିଏସଏମଆଇଏ ର ବାର୍ଷିକ ମୌସୁମୀ ପରବର୍ତ୍ତୀ ରକ୍ଷଣାବେକ୍ଷଣ ଯୋଜନାର ଏକ ଅଂଶ । ଏହି ପରିପ୍ରେକ୍ଷୀରେ ୬ ମାସ ପୂର୍ବରୁ ବିମାନ କର୍ମଚାରୀଙ୍କୁ ମଧ୍ୟ ଏକ ନୋଟିସ ଜାରି କରାଯାଇଛି।
ବିମାନବନ୍ଦର ଅଧିକାରୀଙ୍କ କହିବାନୁସାରେ, ରନୱେକୁ ମରାମତି ଏବଂ ରକ୍ଷଣାବେକ୍ଷଣ କରିବା ପାଇଁ ବିମାନ ବନ୍ଦରକୁ ନିର୍ଦ୍ଧାରିତ ଅସ୍ଥାୟୀ ବନ୍ଦ କରିବାର ଉଦ୍ଦେଶ୍ୟ । ସେ କହିଛନ୍ତି ଯେ କେବଳ ଏହା ମାଧ୍ୟମରେ ବିମାନବନ୍ଦରର ଭିତ୍ତିଭୂମି ସର୍ବୋଚ୍ଚ ମାନର ରକ୍ଷଣାବେକ୍ଷଣ କରାଯାଇପାରିବ। ସିଏସଏମଆଇଏ କହିଛି ଯେ ପ୍ରତିବର୍ଷ ମୌସୁମୀ ଋତୁ ପରେ ରନୱେ ରକ୍ଷଣାବେକ୍ଷଣ ପାଇଁ ବନ୍ଦ ହୋଇଯାଏ । ଏହା କାର୍ୟ୍ୟର ଏକ ଅଂଶ ଯାହା ମାଧ୍ୟମରେ କେବଳ ଉଡ଼ାଣ କାର୍ୟ୍ୟ ନୁହେଁ ଯାତ୍ରୀଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରାଯାଇଥାଏ ।