ଓଡ଼ିଶା 365 (ବ୍ୟୁରୋ): ପୁଣି ସୁନ୍ଦରଗଡ଼ ପାଇଁ ବଢିଲାଣି ସ୍କ୍ରବ୍ ଟାଇଫସ ଚିନ୍ତା। ଗୋଟିଏ ଦିନରେ ଜିଲ୍ଲାରେ ପୁଣି ଚିହ୍ନଟ ହୋଇଛନ୍ତି ୧୪ ପଜିଟିଭ । ସୋମବାର ଜିଲ୍ଲାର ବିଭିନ୍ନ ସ୍ଥାନରୁ ୯୯ ନମୂନା ସଂଗ୍ରହ କରାଯାଇଟେଷ୍ଟିଂ ପାଇଁ ପଠାଯାଇଥିଲା। ଯେଉଁଥିଲେ ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୦ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧରଣୀରଞ୍ଜନ ଶତପଥୀ।
ସୂଚନାଯୋଗ୍ୟ, ଗତ ଜାନୁଆରି ମାସରୁ ଆଜିର ତାରିଖ ଯାଏ ୪୩୦ ଜଣ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ବଡ଼ଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଅନ୍ୟ ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।