ଓଡ଼ିଶା 365 (ବ୍ୟୁରୋ): ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ଡେଥ୍ ମିଷ୍ଟ୍ରୀକୁ ଏହାରି ଭିତରେ ବିତିସାରିଲାଣି ୨୮ ଦିନ ହେଲେ ଏଯାଏଁ ମୃତ୍ୟୁ ସସ୍ପେନ୍ସ ଉପରୁ ହଟିପାରିଲାନି ପରଦା। ହୋଟେଲ ଅନୁରାଗର ମ୍ୟାନେଜର ସହ ୧୪ଜଣଙ୍କୁ ଜେରା କରିସାରିଲେଣି ଏଚଆରପିସି ଡିଏସ୍ପି ବନିତା ମାଝି । ଅଭିଯୋଗ ଆଧାରରେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ କି ନାହିଁ ପ୍ରଶ୍ନରେ ଏସପି ମିତ୍ରଭାନୁ କହିଛନ୍ତି, ମାମଲାରେ ଯେଉଁମାନଙ୍କ ସଂପୃକ୍ତି ଆସିବ ସେମାନଙ୍କୁ ଆଇନ ଅନୁଯାୟୀ ଜେରା କରାଯିବ । ହେଲେ ଏହାରି ମଧ୍ୟରେ ଅନୁରାଗ ହୋଟେଲର ସିସିଟିଭି ଫୁଟେଜ ଡିଲେଟ ହୋଇଥିବା କହିଛନ୍ତି କରିସାରିଲେଣି କଲା କିକରିସାରିଲେଣି ଏଚଆରପିସି ଡିଏସ୍ପି । ରିକଭରି ପାଇଁ ପ୍ରୟାସ କରାଯାଉଥିବା ସେ କହିଛନ୍ତି । ରିକଭରିରୁ ତଦନ୍ତକାରୀ ଅଧିକାରୀଙ୍କୁ ସୁରାକ ମିଳିପାରେ ବୋଲି ଅନୁମାନ କରାଯାଉଛି ।
ସେହିପରି ସୁସ୍ମିତା ସମାନ ଦିନରେ ଷ୍ଟେସନ ନିକଟସ୍ଥ ଦୁଇଟି ହୋଟେଲ ରାଧିକା ରିଜେନ୍ସି ଓ ଅନୁରାଗରେ ରୁମ୍ ବୁକିଂ କରିଥିବା ହୋଟେଲ ରେଜିଷ୍ଟରରକୁ ଜଣାପଡ଼ିଥିବା କହିଛନ୍ତି ଏସପି । ତେବେ ସବୁଠୁ ବଡ଼ କଥା ହେଉଛି ଅନୁରାଗ ହୋଟେଲର ସିସିଟିଭି ଫୁଟେଜ ଡିଲିଟ କଲା କିଏ ଓ କେଉଁ ଉଦ୍ଦେଶ୍ୟ ରଖି ଏହାକୁ ଡିଲିଟ କରାଯାଇଛି ତାହା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲାକୁ ଆହୁରୁ ସନ୍ଦେହ ଘେରକୁ ଟାଣିନେଉଛି।