ଓଡ଼ିଶା 365 (ବ୍ୟୁରୋ): ଅଲିମ୍ପିକ୍ସରେ ଖେଳାଯିବ କ୍ରିକେଟ୍ । ଏହି ଖବର ମିଳିବା ପରେ ଆଜି ପୁଣି ଏହାକୁ ନେଇ ଏକ ବଡ଼ ଖବର ଆସିଛି । ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ୨୦୨୮ ରେ ମଧ୍ୟ କ୍ରିକେଟ୍ ଖେଳାଯିବ । ସୋମବାର ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ସଭାପତି ଥୋମାସ୍ ବାଚଙ୍କ ନେତୃତ୍ୱରେ ମୁମ୍ବାଇରେ ଅନୁଷ୍ଠିତ ଏକ ବୈଠକରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଶେଷଥର ପାଇଁ ୧୯୦୦ ପ୍ୟାରିସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଖେଳାଯାଇଥିଲା । ଏହାର ଅର୍ଥ ହେଉଛି କ୍ରିକେଟ୍ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିବ ।
ଆଇଓସି କାର୍ୟ୍ୟନିର୍ବାହୀ ବୋର୍ଡ ଅଧିକାରୀଙ୍କ ବୈଠକରେ କ୍ରିକେଟ୍ ସମେତ ପାଞ୍ଚଟି କ୍ରୀଡା ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ଅନୁମୋଦନ କରାଯାଇଛି। କ୍ରିକେଟ୍ ବ୍ୟତୀତ ଏଥିରେ ବେସବଲ୍ / ସଫ୍ଟବଲ୍, ଫ୍ଲାଗ୍ ଫୁଟବଲ୍, ସ୍କ୍ୱାସ୍ ଏବଂ ଲାକ୍ରୋସ୍ ଅନ୍ତର୍ଭୁକ୍ତ । ଏହି ମାସରେ ଅକ୍ଟୋବର ୧୩ ରେ, ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ୨୦୨୮ ରେ କ୍ରିକେଟ୍ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ଗ୍ରହଣ କରିଥିଲା ।
ଏହାପୂର୍ବରୁ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ୍ ମଧ୍ୟ ଖେଳାଯାଇଥିଲା । ତା’ପରେ ଗ୍ରେଟ ବ୍ରିଟେନ ଏବଂ ଫ୍ରାନ୍ସ ସ୍ୱର୍ଣ୍ଣ ପଦକ ପାଇଁ କେବଳ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ଗ୍ରେଟ ବ୍ରିଟେନ ଦଳ ୧୫୮ ରନରେ ଜିତିଥିଲା। ୧୯୯୮ ଏବଂ ୨୦୨୨ ରେ ଦୁଇଥର କମନୱେଲଥ ଗେମ୍ସରେ କ୍ରିକେଟ୍ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ୨୦୧୦, ୨୦୧୪ ଏବଂ ୨୦୨୩ ରେ କ୍ରିକେଟ୍ ଏସିଆନ୍ ଗେମ୍ସରେ ତିନିଥର ସ୍ଥାନ ପାଇଲା ।