ଓଡ଼ିଶା 365 (ବ୍ୟୁରୋ): ପାଖେଇ ଆସୁଛି ସାଧାରଣ ନିର୍ବାଚନ । ସରଗରମ ହେଉଛି ଜାତୀୟ ରାଜନୀତି । ଏହାରି ଭିତରେ ଚର୍ଚ୍ଚାରେ ରହିଛି ପଞ୍ଚିମବଙ୍ଗ ରାଜନୀତି । ପଶ୍ଚିମବଙ୍ଗରେ ଆଜି ପୁଣି ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ଅମିତ୍ ଶାହା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ପଶ୍ଚିମବଙ୍ଗ ଗସ୍ତର ଏକ ଅଂଶ ଭାବରେ କୋଲକାତାର ଦୁର୍ଗା ପୂଜାର ଉଦଘାଟନ କରିଛନ୍ତି ଏବଂ ପରୋକ୍ଷରେ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଗୃହମନ୍ତ୍ରୀ ଶାହା କହିଛନ୍ତି, “ମୁଁ ମାତା ଦୁର୍ଗାଙ୍କୁ ପ୍ରାର୍ଥନା କରିବି ଯେ ବଙ୍ଗଳାରୁ ଦୁର୍ନୀତି ଏବଂ ଅତ୍ୟାଚାର ଶେଷ ହେଉ।” ସେ କହିଛନ୍ତି ଯେ ସେ ବଙ୍ଗଳାକୁ ଆସିବେ ଏବଂ ରାଜ୍ୟରେ ପରିବର୍ତ୍ତନ ପାଇଁ ଲଢିବେ।