ଓଡ଼ିଶା 365 (ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ । ନିଜର ଦାବି ଜଣାଇବାକୁ ଆସି ବାରମ୍ବାର ବିଫଳ ହେବା ପରେ ଅଭିନବ ଉପାୟରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଏହି ଗାଁ ସାଥୀ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ଧାରଣା ଦେବା ସହ ଆଣ୍ଠେଇ, କାନ ଧରି ନିଜକୁ ନିଜେ ଚାପୁଡ଼ା ଖାଇଛନ୍ତି । ତୁରନ୍ତ ସରକାର ସେମାନଙ୍କ ଗୁହାରି ଶୁଣି ଦାବି ପୂରଣ ପାଇଁ ଅନୁରୋଧ କରିଛନ୍ତି ଗାଁ ସାଥୀ ।
ପୂର୍ବରୁ ଲୋୟର ପିଏମଜିରେ ଗାଁ ସାଥୀଙ୍କ ଧାରଣାକୁ ନେଇ ଆଲୋଚନା ହୋଇଥିଲା । ହେଲେ ଆଲୋଚନା ପରେ କୌଣସି ସୁଫଳ ମିଳିନଥିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିିଥିଲେ । ହେଲେ ଆଲୋଚନା ମୁତାବକ ସୁଫଳ ମିଳିଲାନି କହି ଧାରଣା ବସିଛନ୍ତି।