ଓଡ଼ିଶା 365 (ବ୍ୟୁରୋ): ଛତ୍ରପୁର ଏସଡିଜେଏମ କୋର୍ଟ ଭିତରେ ପଶି ପଥରମାଡ କଲେ ଯୁବକ। ସକାଳ ୧୦ଟା ୩୫ମିନିଟ ସମୟରେ ଭଞ୍ଜନଗର ଥାନା ଅଧିନ ବଡ଼କୁଦଣ୍ଡ ଗ୍ରାମର ସୁବାସ ଚନ୍ଦ୍ର ସାହୁ ନାମକ ବ୍ୟକ୍ତି କୋର୍ଟ ହଲରେ ପଶି ବେଞ୍ଚ କ୍ଳର୍କ ଓ ଷ୍ଟେନୋଙ୍କ ଅଗୋଚରରେ ନିଜ ବ୍ୟାଗରେ ରଖିଥିବା ପଥର ଖଣ୍ଡ ବାହାର କରି କମ୍ପ୍ୟୁଟରକୁ ଲକ୍ଷ୍ୟ କରି ମାଡ କରିଥିଲେ । ଫଳରେ କୋର୍ଟ ହଲ୍ର କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆସବାବପତ୍ର ଭଙ୍ଗିଯାଇଛି।
ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁବାସକୁ କାବୁ କରିବା ସହ ପଥର ଜବତ କରିଛି । ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ଛତ୍ରପୁର ପୋଲିସ ଏକ ମାମଲା ରୁଜୁ କରି ସୁବାସକୁ ଛତ୍ରପୁର ମେଡିକାଲକୁ ସ୍ୱାସ୍ଥ୍ୟର ଯାଞ୍ଚ କରି ନିଜ କଷ୍ଟଡ଼ିକୁ ନେଇ ତଦନ୍ତ କରୁଛି।