ଓଡ଼ିଶା 365 (ବ୍ୟୁରୋ): ଗତକାଲି ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ଦିଲ୍ଲୀ ପରେ ଆଜି ପୁଣି ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ । ଗତ କିଛି ଦିନ ହେବ ଏକାଧିକ ପ୍ରାକୃତିକ ବିପର୍ୟ୍ୟୟର ସାମ୍ନା କରିଥିବା ଉତ୍ତରାଖଣ୍ଡରେ ଏଭଳି ଝଟକା ଲୋକଙ୍କୁ ଆହୁରି ଭୟଭୀତ କରିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରହିଛି । ପିଥୋରଗଡଠାରୁ ୪୮ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି ।
ଏହା ପୂର୍ବରୁ ମଧ୍ୟ ଅକ୍ଟୋବର ୫ ତାରିଖରେ ଉତ୍ତରକାଶୀରେ ୩.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଗତ କାଲି ମଧ୍ୟ ଦିଲ୍ଲୀ ଏନସିଆର ସମେତ, ଗୁରୁଗ୍ରାମ, ଗାଜିଆବାଦ, ନୋଏଡା, ଫରିଦାବାଦରେ ମଧ୍ୟ ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏଥିରେ କୌଣସି ମୃତାହତର ଖବର ଏଯାଏଁ ମିଳିନାହିଁ ।