ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ବଢିଚାଲିଛି ଧଳା ଜହରର କାରବାର। ପ୍ରତ୍ୟେକ ମାସ ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ଟଙ୍କାର ଏହି ଧଳା ଜହର ଜବତ ହେଉଛି। ଏହି କ୍ରମରେ ଆଜି ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛିକ କ୍ରାଇମବ୍ରାଞ୍ଚ STF। ମୟୁରଭଞ୍ଜରୁ ବ୍ରାଉନସୁଗାର ଆଣି କେନ୍ଦୁଝରକୁ ଫେରୁଥିବେ ବେଳେ ବେପାରୀ ଦେବାନନ୍ଦ ସାମଲକୁ ସିଲୁଆଁ ଛକ ନିକଟରେ ମାଡ଼ି ବସିଥିଲା STF ।
କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଦେବାନନ୍ଦର ଘର । ତା’ ନିକଟରକୁ ୫୨୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଏହା ସହ ମାରୁତି ଅଲ୍ଟୋ କାର୍ , ମୋବାଇଲ ଫୋନ ଓ କିଛି ଟଙ୍କା ମଧ୍ୟ ଜବତ ହୋଇଛି ।