ଓଡ଼ିଶା 365 (ବ୍ୟୁରୋ): ଚନ୍ଦ୍ର, ସୂର୍ଯ୍ୟ ପରେ ଏବେ ଗଗନଯାନ ମିଶନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଇସ୍ରୋ ତାର ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏହି ମିଶନର କିଛି ଫଟୋ ସେୟାର କରି ଏହା କେବେ ଲଞ୍ଚ ହେବ, ତାହା ଶେୟାର କରିଛି । ଅକ୍ଟୋବର ୨୧ରେ ଟିଭି-ଡି୧ ଏହାର ପ୍ରଥମ ଉଡ଼ାଣ ଭରିବ । ଶ୍ରୀହରିକୋଟାରୁ ସକାଳ ୭ଟାରୁ ୯ଟା ମଧ୍ୟରେ ପଠାଯିବ ।
ଏହି କାର୍ୟ୍ୟକ୍ରମ ସହିତ ଜଡିତ ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରଥମ ପରୀକ୍ଷା ବିମାନର ଫଳାଫଳକୁ ଆଧାର କରି ଅନ୍ୟ ପରୀକ୍ଷା କରାଯିବ। ଏହି ସମୟ ମଧ୍ୟରେ କ୍ରୁ ମଡ୍ୟୁଲ୍ ପରୀକ୍ଷା କରାଯିବ । ଯେଉଁଥିରେ କ୍ରୁ ଏସ୍କେପ୍ ସିଷ୍ଟମ୍ ମଧ୍ୟ ଅନ୍ତର୍ଭୁକ୍ତ । ଗଗନଯାନର ଏହି ଅଂଶ ତିନି ଜଣ ଭାରତୀୟ ମହାକାଶଚାରୀଙ୍କୁ ମହାକାଶକୁ ନେବା ପାଇଁ ବ୍ୟବହୃତ ହେବ ।
ଏହି ପରୀକ୍ଷା ଶ୍ରୀହରିକୋଟାଠାରେ ଅବସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ କରାଯିବ। ଏଥିରେ କ୍ରୁ ମଡ୍ୟୁଲର ଉଡ଼ାଣ, ଏହାର ଅବତରଣ ଏବଂ ସମୁଦ୍ରରୁ ପୁନରୁଦ୍ଧାର ଅନ୍ତର୍ଭୁକ୍ତ ହେବ । ପ୍ରତ୍ୟାବର୍ତ୍ତନ ସମୟରେ ବଙ୍ଗୋପସାଗରରେ ଅବତରଣ କରିବାକୁ ହେବ। ଯାହା ଭାରତୀୟ ନୌସେନା ଦ୍ୱାରା ଉଦ୍ଧାର କରାଯିବ। ଏଥିପାଇଁ ନୌସେନା କର୍ମଚାରୀଙ୍କ ଏକ ଡାଇଭିଂ ଟିମ୍ ଗଠନ କରାଯାଇଛି। ଏହା ବ୍ୟତୀତ ମିଶନ ପାଇଁ ଏକ ଜାହାଜ ମଧ୍ୟ ପ୍ରସ୍ତୁତ ହେବ । ଚନ୍ଦ୍ରଯାନ -୩ ର ସଫଳ ଅବତରଣ ଏବଂ ସୂର୍ୟ୍ୟଙ୍କୁ ଆଦିତ୍ୟ- ଏଲ୧ ର ସଫଳ ଉତକ୍ଷେପଣ ପରେ ଗଗନଯାନ ମିଶନ ଭାରତକୁ ଜ୍ୟୋତିର୍ବିଜ୍ଞାନରେ କାର୍ୟ୍ୟ କରୁଥିବା ଅଗ୍ରଣୀ ଦେଶମାନଙ୍କରେ ପରିଣତ କରିବ ।