ଓଡ଼ିଶା 365 (ବ୍ୟୁରୋ) : ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡା । ଖଲିସ୍ତାନକୁ ସମର୍ଥନ କରୁଥିବା କାନାଡା ପ୍ରଧାନମନ୍ତ୍ରୀ ଏବେ ନବରାତ୍ର ଉତ୍ସବ ପାଇଁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । କିଛି ଦିନ ଧରି ଭାରତ ସହ କାନାଡାର କୁଟନୀତିକ ସଂପର୍କ ଖରାପ ରହିଛି । ଏପରିକି ମୋଦି ସିଧାସଳଖ ଏଥିପାଇଁ କାନାଡାକୁ ଦାୟୀ କରିଛନ୍ତି । ଖଲିସ୍ତାନ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ ନକରିବା ଯାଏଁ ଭାରତ ବ୍ୟବସାୟିକ ସଂପର୍କ ବନ୍ଦ ରଖିଛି । କୋଟି କୋଟି ଟଙ୍କା ଏଥିପାଇଁ କାନାଡାର କ୍ଷତି ହେଉଛି । ବିଶେଷ କରି ହରଦୀପ ସିଂ ହତ୍ୟା ଘଟଣାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତକୁ ଦାୟୀ କରିଥିଲେ । ଏହାପରେ ବିଗିଡିଥିଲା ଭାରତ କାନାଡା ସଂପର୍କ ।
ବିଶେଷ କରି ଭାରତକୁ ବିଭାଜନ କରିବା ପାଇଁ ଖଲିସ୍ତାନ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରୁଥିବା ବେଳେ କାନାଡା ସରକାର ଭୋଟ ବ୍ୟାଙ୍କ ପାଇଁ ସେମାନଙ୍କୁ ସୁରକ୍ଷା ଦେଉଛି । ଯାହାକୁ ନେଇ ଭାରତ-କାନାଡ଼ା ସମ୍ପର୍କ ଦିନକୁ ଦିନ ବିଗିଡିବାରେ ଲାଗିବା ସହ କାନାଡାରେ ଭାରତ ବିରୋଧି ସ୍ୱର ତ୍ରୀବ ହୋଇଥିଲା। କାନାଡାରେ ଥାଇ କିଛି ଖାଲିସ୍ତାନୀ ନେତା ମଣିପୁରରେ ହିଂସା ଭିଆଇବା ଲାଗି କୁକି ସମ୍ପ୍ରଦାୟଙ୍କୁ ଅର୍ଥ ଯୋଗାଉଥିବା ପ୍ରମାଣ ଭାରତ ହାତରେ ଲାଗିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।
ମାତ୍ର ବିଶ୍ୱ ସ୍ତରରେ ଭାରତକୁ ସମର୍ଥନ କାନାଡ଼ାକୁ ବିରୋଧ ପରେ ଚେତା ପସିଥିଲା। ଦୀର୍ଘ ଦିନ ବାଦବିବାଦ ପରେ ମୁଣ୍ଡ ନୁଆଁଇଛି କାନାଡ଼ା। କିଛି ଦିନ ପୂର୍ବରୁ ଭାରତକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ମୃତ୍ୟୁ ପାଇଁ ଭାରତକୁ ଦାୟୀ କରୁଥିବା ଟ୍ରୁଡୋ ସରକାର । ହିନ୍ଦୁଙ୍କୁ ନବରାତ୍ରର ଶୁଭେଛା ଜଣାଇଛନ୍ତି । କାନାଡ଼ା ପ୍ରଧାନମନ୍ତ୍ରୀ ଏଭଳି ଲୋକଦେଖାଣିଆ ଶୁଭେଛାକୁ ୟୁଜର୍ସ ମାନେ ଟ୍ରୋଲ୍ କରିଥିବା ଦେଖିବାକୁ ମିଳିଛି। କାନାଡ଼ା ଆତଙ୍କବାଦୀଙ୍କୁ ପୋଷୁଥିବାବେଳେ ଟ୍ରୁଡୁ ସରକାର ଏବେ ଯଦି ସଚେତନ ନହୁଅନ୍ତି ତାହା ତାଙ୍କ ସରକାରଙ୍କ ପାଇଁ ବିପଦ ସାବ୍ୟସ୍ତ ହେବ। ଭାରତ ସହ ସମ୍ପର୍କ ନସୁଧାରିଲେ ବିପଦରେ ପଡିବ କାନାଡ଼ା।