ଓଡ଼ିଶା 365 (ବ୍ୟୁରୋ): ଆଖି ବୁଜିଲେ ପୂର୍ବତନ ମିସ୍ ୱାର୍ଲ୍ଡ ପ୍ରତିଯୋଗୀ ଶେରିକା ଡି ଆର୍ମାସ । ମାତ୍ର ୨୬ ବର୍ଷ ବୟସରେ ସେ ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି । ସୂଚନା ମୁତାବକ, ଶେରିକା ଡି ଆର୍ମାସ୍ ଦୀର୍ଘ ଦିନ ଧରି ଗର୍ଭାଶୟ କର୍କଟ ରୋଗରେ ପୀଡିତ ଥିଲେ। ଅକ୍ଟୋବର ୧୩ ତାରିଖ ଦିନ ସେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁ ଖବରକୁ ପ୍ରଶଂସକ ଏବଂ ସେଲିବ୍ରେଟିମାନେ ବିଶ୍ୱାସ କରିପାରୁନାହାନ୍ତି । ସେପଟେ ସୋସିଆଲ ମିଡିଆରେ ଏନେଇ ତାଙ୍କ ଏକ ପୋଷ୍ଟ ଲେଖିଛନ୍ତି ଯେ, “ ତୁମେ ମୋ ଛୋଟ ଭଉଣୀ ଥିଲ ଆଉ ରହିବ। ତମ ସ୍ଥାନ କେହି ନେଇ ପାରିବେ ନାହିଁ।”
ଏହାସହ ମିସ୍ ୟୁନିଭର୍ସ ଉରୁଗୁଏ ୨୦୨୨ କାର୍ଲା ରୋମେରୋ ଦୁଃଖ ପ୍ରକାଶ କରି ଲେଖିଛନ୍ତି ମିସ୍ ଡି ଆର୍ମାସ୍ “ଏହି ଜଗତ ପାଇଁ ବିକାଶ ଥିଲେ। ମୁଁ ଆଜି ଯାଏଁ ଯେତେ ମହିଳାଙ୍କୁ ଭେଟିଛି । ସେମାନଙ୍କ ମଧ୍ୟରୁ ଶେରିକା ସବୁଠାରୁ ସୁନ୍ଦର ମହିଳା ଓ ସବୁଠୁ ନିଆରା ଥିଲେ।” ମିସ୍ ଉରୁଗୁଏ ୨୦୨୧ର ଲୋଲା ଡେ ଲୋସ୍ ଶ୍ରଦ୍ଧାଞ୍ଜଳୀ ଜଣାଇ ଲେଖିଛନ୍ତି, “ମୁଁ ତୁମକୁ ସର୍ବଦା ମନେ ରଖିବି, କେବଳ ତୁମେ ମୋତେ ଦେଇଥିବା ସମର୍ଥନ ପାଇଁ ନୁହେଁ ବରଂ ତୁମେ ମୋତେ ଦେଇଥିବା ପ୍ରେରଣା ସ୍ନେହ, ଖୁସି ପାଇଁ। ଯେଉଁମାନେ ଆଜି ମଧ୍ୟ ମୋ ସହିତ ଅଛନ୍ତି।
ଖବର ମୁତାବକ, ୨୦୧୫ରେ ଚାଇନାରେ ଆୟୋଜିତ ହୋଇଥିବା ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଶେରିକା ଡି ଆର୍ମାସ୍ ଶ୍ରେଷ୍ଠ ୩୦ରେ ମନୋନୀତ ହୋଇଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ, ‘ମୁଁ ସବୁବେଳେ ମଡେଲ ହେବାକୁ ଚାହୁଁଥିଲି। ସେ ଯେକୌଣସି ମଡେଲ ହୁଅନ୍ତୁ ନା କାହିଁକି ଫ୍ୟାଶନ ସହିତ ଜଡିତ ସମସ୍ତ ଜିନିଷକୁ ମୁଁ ବହୁତ ଭଲପାଏ ।