ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତିକି ହିନ୍ଦୁଧର୍ମର ସବୁଠାରୁ ବଡ଼ ପର୍ବ ହେଉଛି ଦଶହରା ବା ଦୁର୍ଗାପୂଜା । ଦେଶର କୋଣ ଅନୁକୋଣରେ ମା ଦୁର୍ଗାଙ୍କ ପୂଜା କରାଯାଇଥାଏ । ଏହି ପୂଜା ଭିନ୍ନ ଭିନ୍ନ ଢଙ୍ଗରେ ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଏ । ଆପଣ ଜାଣନ୍ତିକି ମାଙ୍କପୂଜା ପଛରେ ରହିଛି ଅନେକ ପୌରାଣିକ କାହାଣୀ । ଯେମିତିକି କୁହାଯାଏ ସର୍ବପ୍ରଥମେ ଭଗବାନ ଶ୍ରୀରାମ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ କରିଥିଲେ । ସେ ଲଙ୍କେଶ୍ୱର ରାଜା ରାବଣଙ୍କ ଉପରେ ବିଜୟଲାଭ କରିବା କାମନାରେ ଲଙ୍କାର ସମୁଦ୍ର କୂଳରେ ଏହି ପୂଜା କରିଥିଲେ ।
ଲଗାତାର ୯ ଦିନ ପର୍ଯ୍ୟନ୍ତ ପୂଜା ମା’ଙ୍କର ଉପାସନା କରିବା ପରେ ଦଶମୀ ଦିନ ସେ ଲଙ୍କା ବିଜୟ ପାଇଁ ପ୍ରସ୍ଥାନ କରିଥିଲେ। ଯାହାପରେ ରାବଣ ସହ ଭୟଙ୍କର ଯୁଦ୍ଧ ହୋଇଥିଲା ଓ ଶେଷରେ ପ୍ରଭୁ ଶ୍ରୀରାମଙ୍କର ବିଜୟ ହୋଇଥିଲା । ବାସ୍ ସେବେଠୁ ଅସତ୍ୟ ଓ ଅଧର୍ମ ଉପରେ ଧର୍ମ ଓ ସତ୍ୟର ଜୟର ପର୍ବ ଦଶହରା ପାଳନ କରାଯାଏ ଓ ଦଶହରାର ପୂର୍ବ ୯ ଦିନକପୁ ନବରାତ୍ରୀ ଭାବେ ପାଳନ କରାଯାଏ । ଦଶହରାରେ ପ୍ରଭୁ ଶ୍ରୀରାମ ରାବଣର ବଦ୍ଧ କରିଥିବାରୁ ଅନେକ ସ୍ଥାନରେ ଏହିଦିନ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ ।