ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ଡିନୋ ଜେମ୍ସ । ଖତରୋଁ କେ ଖିଲାଡି ୧୩ ର ବିଜେତା ହୋଇ ସାରା ଭାରତ ବର୍ଷରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଡିନୋ । ଶନିବାର ଦିନ ଫାଇନାଲରେ ଶିବ ଠାକରେ, ଅର୍ଜିତ ତନେଜା, ଐଶ୍ୱର୍ୟ୍ୟା ଶର୍ମା ଏବଂ ଡିନୋ ଜେମ୍ସ ଟପ୍ ୪ରେ ପହଞ୍ଚିଥିଲେ । ହେଲେ ସମସ୍ତଙ୍କୁ ପଛରେ ପକାଇ ବାଜିମାତ କରିଥିଲେ ଡିନୋ । ଏହାସହ ପୁରଷ୍କାରରେ ଡିନୋଙ୍କୁ ଟ୍ରଫି ସହିତ ମାରୁତି ସୁଜୁକି ସ୍ୱିଫ୍ଟ କାର ଏବଂ ୨୦ ଲକ୍ଷ ଟଙ୍କାର ପୁରସ୍କାର ମିଳିଛି । ଯାହାକୁ ନେଇ ଡିନୋ ବେଶ୍ ଖୁସିଥିବା ଦେଖିବାକୁ ମିଳିଥିଲା ।
ସୂଚନା ମୂତାବକ, ଏହି ଶୋ ପାଇଁ ଫାଇନାଲରେ ପ୍ରତିଯୋଗୀଙ୍କୁ ହେଲିକପ୍ଟରରେ ଷ୍ଟଣ୍ଟ କରିବାର ଥିଲା । ପ୍ରଥମେ ଅର୍ଜିତ ଏହି ଷ୍ଟଣ୍ଟ ପାଇଁ ଯାଇଥିଲେ । ଏହି ଷ୍ଟଣ୍ଟକୁ ସେ ପୂରଣ କରିବା ପରେ ଐଶ୍ୱର୍ୟ୍ୟା ଶର୍ମା ଷ୍ଟଣ୍ଟକୁ କରିପାରିନଥିଲେ । କିନ୍ତୁ ଡିନୋ ଏହି ଷ୍ଟଣ୍ଟକୁ ୯ ମିନିଟ୍ ୫୫ ସେକେଣ୍ଡ ସମୟରେ କରିଥିବା ବେଳେ ଅର୍ଜିତ ଏହାକୁ ୧୨ ମିନିଟ୍ ୨୪ ସେକେଣ୍ଡରେ କରିଥିଲେ ।ଏହି ସିଜିନରେ ମୋଟ ୧୪ ଜଣ ପ୍ରତିଯୋଗୀ ରହିଥିଲେ । ଐଶ୍ୱର୍ୟ୍ୟା ଶର୍ମା, ଅଞ୍ଜଳି ଆନନ୍ଦ, ଅଞ୍ଜୁମ ଫକିହ, ଅର୍ଚ୍ଚନା ଗୌତମ, ଅର୍ଜିତ ତନେଜା, ଡେଜି ଶାହା, ଡିନୋ ଜେମ୍ସ, ନାୟରା ବାନାର୍ଜୀ, ରୋହିତ ରୟ, ରଶ୍ମିତ କୌର, ରୁହି ଚତୁବେର୍ଦ୍ଦୀ, ଶୀଜାନ ଖାନ ଏବଂ ଶିବ ଠାକରେ ଭାଗ ନେଇଥିଲେ । ହେଲେ ସମସ୍ତଙ୍କୁ ପଛରେ ପକାଇ ବାଜିମାତ କରିନେଇଛନ୍ତି ଡିନୋ ।