ଓଡ଼ିଶା 365 (ବ୍ୟୁରୋ) : ଇସ୍ରାଏଲ ଓ ହମାସର ଯୁଦ୍ଧର ଭୟାବହତା ଭିତରେ ମୃତ୍ୟୁର ତାଣ୍ଡବ ଲୀଳୀ ଦେଖୁଛି ସାରା ବିଶ୍ୱ । ଭୟଙ୍କର ବୋମା ମାଡ ସାଙ୍ଗକୁ ଘନଘନ ରକେର୍ଟ ମାଡରେ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ମୃତ୍ୟୁ ସଂଖ୍ୟା ୫ହଜାର ଛୁଇଁଥିବାବେଳେ ୪୦ ଲକ୍ଷ୍ୟ ଲୋକ ଭିଟାମାଟି ଛାଡିଲେଣି । ଆଗକୁ ଯୁଦ୍ଧ ଭୀଷଣ ହେବ ।
ଗାଜାରେ ସମନ୍ୱିତ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ଇସ୍ରାଏଲ ସେନା । ଅପେକ୍ଷା କେବଳ ନିର୍ଦ୍ଦେଶକୁ। ଉଭୟ ଜଳ, ସ୍ଥଳ, ବାୟୁ ତିନି ପଟୁ ଗାଜାକୁ ଘେରି ରହିଛନ୍ତି ଇସ୍ରାଏଲର ୪ ଲକ୍ଷରୁ ଅଧିକ ସେନାବାହୀନୀ । ନିର୍ଦ୍ଦେଶ ମିଳିବା ମାତ୍ରେ ଆକ୍ରମଣ କରିବ ସେନା । ଗାଜାରେ ଉପରେ ଗର୍ଜିବ ଇସ୍ରାଏଲ କମାଣ । ହମାସ ଆତଙ୍କବାଦୀଙ୍କ ଆକ୍ରମଣର ପ୍ରତିଶୋଧ ଲକ୍ଷ୍ୟରେ ରହିଛି ଇସ୍ରାଏଲ । ଏହାରି ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ସେନାକୁ ଭେଟିବା ସହ ସେନାର ମନୋବାଳ ବଢାଇଛନ୍ତି,ଆଗକୁ ଯୁଦ୍ଧ ଜୋରଦାର ହେବା ସହିତ ଅପରେସନକୁ ଜୋରଦାର କରାଯିବ ବୋଲି କହିଛନ୍ତି । ଏହାରି ଭିତରେ ଇସ୍ରାଏଲ ସେନା ଦାବି କରିଛି ଯେ ନୁଖବା ଆତଙ୍କୀ ସଙ୍ଗଠନର କମାଣ୍ଡର ବିଲାଲ-ଅଲ-କେଦରା ନିହତ ହୋଇଛି ।
ଉର୍ତ୍ତର ଗାଜାରେ ଥିବା ହମାସ ଆତଙ୍କୀକୁ ପୁରା ନିପାତ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଇସ୍ରାଏଲ । ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ଇସ୍ରାଏଲ ସେନା ମଜବୁତ ରହିଥିଲେ ମଧ୍ୟ ସେନା ପାଇଁ ବଡ ଚ୍ୟାଲେଞ୍ଜ ଗାଜାର ଟନେଲ ନେଟୱର୍କ । ଇସ୍ରାଏଲ ସେନାର ମୁଖପାତ୍ରଙ୍କ ସୂଚନା ଅନୁସାରେ ଟନେଲ ଉପରେ ଆକ୍ରମଣ କରିବା ଏତେ ସହଜ ନୁହେଁ ।
୨୦୨୧ ମସିହାରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଥିଲା ହମାସ ୧୦୦ କିଲୋମିଟର ସୁଡଙ୍ଗ ତିଆରି କରିଥିଲା । ଏବେ ଏହା ୫୦୦ କିଲୋମିଟରକୁ ବୃଦ୍ଧି ପାଇଛି । ଆକ୍ରମଣକୁ ନଜରରେ ରଖି ଟନେଲ ଗୁଡିକୁ ମଜୁବତ କରିଛି ହମାସ ଆତଙ୍କୀ । ଯାହା ଉପରେ ରକେଟ ମାଡ କିମ୍ବା କମାଣ ମାଡ କଲେ ବି ନଷ୍ଟ ହେବାର ସମ୍ଭାବନା ବହୁତ କମ୍ ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଇସ୍ରାଏଲ କେବଳ ୫ ପ୍ରତିଶତ ଟନେଲ ନଷ୍ଟ କରିବାରେ ସକ୍ଷମ ହୋଇଛି । ଇରାକ,ଇରାନ, ତୁର୍କୀ,ସିରିଆ ଏବଂ ଲେବାନନ୍,ପାକିସ୍ତାନ,ହମାସକୁସମର୍ଥନ କରୁଥିବାବେଳେ ଆମେରିକା,ଇଂଲଣ୍ଡ,ଫ୍ରାନ୍ସ୍,ଇସ୍ରାଏଲକୁ ସମର୍ଥନ କରୁଛନ୍ତି।
ଏହାରି ମଧ୍ୟରେ ମୁସଲିମ ଦେଶ ମାନ ଭିକଟିମ୍ କାର୍ଡ ଖେଳୁଥିବା ଦେଖିବାକୁ ମିଳିଛି। ସାଧାରଣ ଜନତା ମୃତ୍ୟୁକୁ ନେଇ ଯୁଦ୍ଧ ବନ୍ଦ ପାଇଁ ଦାବି କରାଯାଉଛି। ଯୁଦ୍ଧ ଲାଗିଥିବା ଅଞ୍ଚଳରୁ ସାଧାରଣ ନାଗରିକମାନଙ୍କ ସ୍ଥାନାନ୍ତରଣ ଲାଗି ହ୍ୟୁମାନ୍ କରିଡର୍ ସ୍ଥାପନା ସପକ୍ଷରେ ମତ ଦେଇଛନ୍ତି ବାଇଡେନ। ଯୁଦ୍ଧ ତୁରନ୍ତ ଶେଷ ହେଉ ବିଶ୍ୱବାସୀ ଆଶା ରଖିଛନ୍ତି ।