ଓଡ଼ିଶା 365 (ବ୍ୟୁରୋ): ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଗର୍ବା’ ଗୀତ । ନବରାତ୍ରୀର ଗୋଟିଏ ଦିନ ପୂର୍ବରୁ ୟୁଟ୍ୟୁବରେ ରିଲିଜ୍ ହୋଇଛି ପ୍ରଧାନମନ୍ତ୍ରୀଙ୍କ ଗୀତ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାସହ ଦର୍ଶକଙ୍କ ମନ ଜିଣିବାରେ ଲାଗିପଡିଛି ଏହି ମୋଦିଙ୍କ ସଙ୍ଗ । ଖୁବ୍ କମ୍ ସମୟ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି ଗର୍ବା । ସେପଟେ ଧ୍ୱନୀ ଏହି ପ୍ରୋଜେକ୍ଟରେ ସାମିଲ୍ ହୋଇ ଅତ୍ୟନ୍ତ ଆନନ୍ଦିତ ହୋଇଥିବାବେଳେ ଏହାକୁ ଉପସ୍ଥାପନ କରିବାର ସୌଭାଗ୍ୟ ପାଇଥିବାରୁ ସେ ନିଜକୁ ବହୁତ ଧନ୍ୟ ମନେ କରିବା ସହ ଏହା ଭଗବାନଙ୍କ ଆଶୀର୍ବାଦ ବୋଲି କହିଛନ୍ତି ଧ୍ଵନୀ ।
ସୂଚନା ଅନୁଯାୟୀ, ଏହି ଗୀତକୁ ଧ୍ଵନୀ ଭାନୁଶାଲି ଗାଇଥିବା ବେଳେ ତନିସ୍କ ବାଗଚି ଗୀତ ପାଇଁ ସ୍ଵର ଦେଇଛନ୍ତି। ଜ୍ୟାକି ଭାଗ୍ନାନୀ ହେଉଛନ୍ତି ଏହି ଗୀତର ଏହାର ନିର୍ମାତା । ଗତକାଲି ୟୁଟ୍ୟୁବରେ ମୁକ୍ତିଲାଭ କରିଛି ‘ଗର୍ବା’ । ଧ୍ଵନୀ ଏହାକୁ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଢ ରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, “ନରେନ୍ଦ୍ର ମୋଦୀ ଜୀ, ତନିସ୍କ ବାଗ୍ଚିଙ୍କୁ ଏବଂ ମତେ ଆପଣଙ୍କ ଦ୍ୱାରା ଲିଖିତ ‘ଗର୍ବା’ ବହୁତ ପସନ୍ଦ ଆସିଲା। ଆମେ ଏକ ତାଜା ଲୟ, ରଚନା ଏବଂ ସ୍ୱାଦ ସହିତ ଏକ ଗୀତ ତିଆରି କରିବାକୁ ଚାହୁଁଥିଲୁ।
ଖବର ମୁତାବକ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଏହି ଗୀତରେ ନବରାତ୍ରୀର ସମସ୍ତ ପର୍ବ ବିଷୟରେ କୁହାଯାଇଛି । ଯାହା ବିଭିନ୍ନ ରାଜ୍ୟରୁ ଲୋକମାନଙ୍କୁ ଆମ ଭାରତର ସଂସ୍କୃତି ଏବଂ ପରମ୍ପରାକୁ ଗ୍ରହଣ କରିବାରେ ଏକଜୁଟ କରିବ । ଏହାସହ ଗୁଜୁରାଟ ସଂସ୍କୃତିର ଗର୍ବ ଏବଂ ଐତିହ୍ୟ ଏହି ‘ଗର୍ବା’ ଗୀତରେ ପ୍ରଦର୍ଶିତ ହୋଇଛି ।