ଓଡ଼ିଶା 365 (ବ୍ୟୁରୋ): ଆଜି ଅପରାହ୍ଣରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନୀଳାଦ୍ରି ଭକ୍ତ ନିବାସଠାରେ ପରିଚାଳନା କମିଟି ସଦସ୍ୟ ଓ ନିଯୋଗ ମୁଖିଆମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ରହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି । ପୂର୍ବରୁ ନୀତି ସବ କମିଟି ବୈଠକରେ ଚୂଡାନ୍ତ କାର୍ତ୍ତିକ ମାସ ନୀତିକାନ୍ତି ଉପରେ ଛତିଶା ନିଯୋଗ ମୋହର ମାରିବ । ବାଳ ଭୋଗ ନୀତିକାନ୍ତି ଉପରେ ଆଲୋଚନା ହେବା ସହ ଏହାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯିବ । ସେହିପରି ହବିଷିଆଳିଙ୍କ ଶୃଙ୍ଖଳିତ ଦର୍ଶନ ଓ ଶୃଙ୍ଖଳିତ ନୀତି ଏବଂ ମହାପ୍ରସାଦ ଯୋଗାଣ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ । ସେପଟେ ଆସନ୍ତା ଅକ୍ଟୋବର ୨୮ ତାରିଖରେ ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କାନ୍ତି ସଂକ୍ରାନ୍ତରେ ନିଷ୍ପତି ନିଆଯିବ ।
ବୈଠକର ମୁଖ୍ୟ ପ୍ରସଙ୍ଗରେ ଭାବେ ପୋଷାକ ପ୍ରସଙ୍ଗ ରହିପାରେ ବୋଲି ଆଲୋଚନା କରାଯାଉଛି । ଆସନ୍ତା ନୂଆବର୍ଷ ପହିଲାରୁ ଶ୍ରଦ୍ଧାଳୁମାନେ କିଭଳି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଶ୍ରୀମନ୍ଦିର ଆସିବେ । ତାହା ଉପରେ ମଧ୍ୟ ସମସ୍ତ ନିଯୋଗର ସେବାୟତଙ୍କ ସହ ବିସ୍ତୃତ ଆଲୋଚନା କରାଯିବ । ସେବାୟତ ମାନେ କିଭଳି ଭକ୍ତମାନଙ୍କୁ ଏଦିଗରେ ସଚେତନ କରାଇବେ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ । ଏହି ବୈଠକରେ ଉପସ୍ଥିତ ରହିବେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ନୀତି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଛତିଶା ନିଯୋଗର ସମସ୍ତ ସେବାୟତ ପ୍ରତିନିଧି।