ଓଡ଼ିଶା 365 (ବ୍ୟୁରୋ) : ଏକନା ଷ୍ଟାଡିୟମରେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛନ୍ତି ଉଭୟ ଦଳର ନଜର । ୫ଥର ବିଶ୍ୱବିଜେତା ଅଷ୍ଟ୍ରେଲିଆର ଭାରତ ଓ ଦକ୍ଷିଣ ଆଫ୍ରିକାଠୁ ହାରି ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଶ୍ରୀଲଙ୍କାର ନିଜର ପ୍ରଥମ ଦୁଇ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନଠୁ ପରାସ୍ତ ହୋଇଛି । ପ୍ୟାଟ୍ କମିନ୍ସଙ୍କ ନେତୃତ୍ବରେ ଜୋସ ହାଜେଲଉଡ୍ ଓ ମିଚେଲ ଷ୍ଟାର୍କ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ସ୍ପିନ୍ ଦାୟିତ୍ବ ଆଦାମ ଜାମ୍ପା ଓ ଗ୍ଲେନ ମ୍ୟାକ୍ସୱେଲଙ୍କ କାନ୍ଧରେ ରହିବ । ବ୍ୟାଟିଂ ଭାର ପୂର୍ବ ପରି ଭେଟେରାନ ଡେଭିଡ ୱାର୍ଣ୍ଣର, ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍, ମିଚେଲ ମାର୍ସ ଓ ମାର୍ନସ ଲବୁସାନଙ୍କ ଉପରେ ରହିବେ। ଏମାନେ ସଫଳ ହେଲେ ଦଳ ବଡ଼ ସ୍କୋର୍ କରିବାକୁ ସକ୍ଷମ ହେବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ବ୍ୟାଟର୍ ଦୁଇଟି ଯାକ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଥିଲା ।
ପାକିସ୍ତାନ ବିପକ୍ଷରେ ୩୪୪ ଏବଂ ଦକ୍ଷିଣ ଆଫ୍ରିକାର ୪୨୯ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୩୨୬ ରନ୍ କରିଥିଲା। ତେବେ ନିୟମିତ ଅଧିନାୟକ ଦସୁନ ଶଣକା ଆହତ ହୋଇ ବିଶ୍ୱକପ୍ରୁ ବାଦ୍ ପଡ଼ିବା ଦଳକୁ ବଡ଼ ଝଟ୍କା ଲାଗିଛି। ତାଙ୍କ ସ୍ଥାନରେ କୁଶଲ ମେଣ୍ଡିସ ନେତୃତ୍ବ ନେବେ। ଶ୍ରୀଲଙ୍କା ୧୯୯୬ ବିଶ୍ୱକପ୍ ବିଜୟ ପରେ ଅଷ୍ଟ୍ରେଲିଆକୁ ୭ ଥର ଭେଟିଛି। ମାତ୍ର ହେଲେ ପରାସ୍ତ କରିବାକୁ ସକ୍ଷମ ହୋଇନି। ଆଜିର ମ୍ୟାଚରେ ବିଜୟ ହେବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ ଦଳ ।