ଓଡ଼ିଶା 365 (ବ୍ୟୁରୋ) : ବିଶ୍ଵକପ ୨୦୨୩ରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଡିଫେଣ୍ଡ ଚାମ୍ପିଅନ ଇଂଲଣ୍ଡକୁ ୬୯ ରନରେ ପରାସ୍ତ କରିଛି ଆଫାଗାନିସ୍ତାନ। ଲଗାତର ପରାଜୟ ପରେ ବିଜୟର ସ୍ୱାଦ ଚାଖିଛି ଆଫାଗାନିସ୍ତାନ ଫଳରେ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଅରୁଣ ଜେଟଲୀ ଷ୍ଟାଡିୟମରେ ଆୟୋଜିତ ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ୨୮୪ ରନ କରିବାରେ ସଫଳ ହୋଇଥିଲା । ଏହାର ଜବାବରେ ଇଂଲଣ୍ଡ ଟିମ ୨୧୫ ରନ କରି ଅଲଆଉଟ୍ ହୋଇଛି ।
ଆଫଗାନିସ୍ତାନର ସ୍ପିନ ବୋଲର ମୁଜୀବ ଓର ରହମାନ , ମହମ୍ମଦ ନବୀ ଓ ରାଶିଦ ଖାନ ଇଂଲଣ୍ଡର ବ୍ୟଟିଂକୁ ବିପର୍ଯ୍ୟସ୍ତ କରିଦେଇଥିଲେ । ଏହି ୩ଜଣ ସ୍ପିନ୍ ବୋଲର ୮ଟି ୱିକେଟ ନେଇ ଇଂଲଣ୍ଡକୁ ପରାସ୍ତ କରିଥିଲେ । ମୁଜୀବ ଓ ରଶିଦ ୩ଟି ଲେଖାଏଁ ୱିକେଟ ହାସଲ କରିଥିବା ବେଳେ ନବୀ ୨ ଟି ୱିକେଟ ନେବାରେ ସଫଳ ହୋଇଥିଲେ । ଅନ୍ୟପଟେ ଇଂଲଣ୍ଡ ତୃତୀୟ ମ୍ୟାଚ୍ରୁ ଦ୍ଵିତୀୟ ପରାଜୟ ଭୋଗିଛି। ବିଜୟ ସହ ଆଫଗାନିସ୍ତାନ ବିଶ୍ଵକପ୍ ୨୦୨୩ରେ ପଏଣ୍ଟ ଖାତା ଖୋଲିଛି । ଏହା ପୂର୍ବରୁ ୨୦୧୧ ବିଶ୍ଵକପରେ ଇଂଲଣ୍ଡ ଆୟରଲାଣ୍ଡ ଓ ୨୦୧୫ ବିଶ୍ଵକପରେ ବାଂଲାଦେଶ ନିକଟରୁ ପରାଜିତ ହୋଇଥିଲା । ସୋମବାର ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମୁକାବିଲା ଦେଖିବାକୁ ମିଳିବ ।