ଓଡ଼ିଶା 365 (ବ୍ୟୁରୋ) : କଫ ରୋଗୀଙ୍କ ପାଇଁ ରାମବାଣ ପରି କାମ କରେ କଲରା ଜୁସ୍ । କଲରା ସ୍ୱାସ୍ଥ୍ୟ ପାଇଁ ବହୁତ ଗୁଣକାରୀ ପରିବା ହୋଇଥିଲେ ସୁଧା ସାଧାରଣରେ ଏହାକୁ ଖାଇବା ପାଇଁ ସମସ୍ତେ ପସନ୍ଦ କରିନଥାନ୍ତି ତେବେ ଏହାକୁ ଖାଇବା ଦ୍ଵାରା ବିଭିନ୍ନ ଭୟାନକ ରୋଗରୁ ବି ଆପଣ ବଞ୍ଚି ପାରିବେ । କଲରାର ପ୍ରୟୋଗ ବିଭିନ୍ନ ପ୍ରକାରର ଔଷଧର ପ୍ରସ୍ତୁତିରେ ବି କରା ଯାଏ । ଯଦି ଆପଣ ତଳେ ଦିଆ ଯାଇ ଥିବା ରୋଗରେ ପୀଡିତ ଅଛନ୍ତି ତେବେ କଲରା ଜୁସ ର ସେବନ କରନ୍ତୁ । କଲରା ଜୁସ ପିଇବା ଦ୍ଵାରା ଏହି ସମସ୍ତ ରୋଗରୁ ବି ମୁକ୍ତି ମିଳିଯିବ । କଲରା ଜୁସ ପିଇବା ଦ୍ଵାରା ରକ୍ତ ଶୁଦ୍ଧ ହୋଇଥାଏ ଓ ରକ୍ତ ସଫା ହେବା ଦ୍ଵାରା ଚେହେରାରେ କିଛି ବି ପ୍ରକାରର ଦାଗ ଦେଖାଯାଏ ନାହିଁ ।
କଫର ସମସ୍ୟାକୁ ଦୂର କରିବା ପାଇଁ କଲରା ଜୁସ ବହୁତ ଲାଭଦାୟକ ହୋଇଥାଏ । କହିବାକୁ ଗଲେ କଲରାରେ ଫସଫରସ ଉଚ୍ଚ ମାତ୍ରାରେ ମିଳିଥାଏ ଓ ଏହା କଫକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଯେଉଁ ଲୋକମାନଙ୍କୁ କଫର ସମସ୍ୟା ଅଧିକ ହୋଇଥାଏ ସେମାନେ ଏକ ମାସ ପର୍ଯ୍ୟନ୍ତ କଲରା ଜୁସ ନିଶ୍ଚିତ ପିଅନ୍ତୁ ।
ସୁଗାର ରୋଗୀମାନଙ୍କ ପାଇଁ କଲରା ଜୁସ ପ୍ରଭାବି ହୋଇଥାଏ । ଏହାକୁ ପିଇବା ଦ୍ଵାରା ସୁଗାରର ସ୍ତର କନ୍ଟ୍ରୋଲରେ ରହିଥାଏ । ଏହି ରୋଗରେ ପୀଡିତ ଲୋକମାନେ ସବୁଦିନ ଏକ ଚତୁର୍ଥାଂଶ କପ କଲରା ଜୁସ ପିଅନ୍ତୁ । କିନ୍ତୁ ଏହାକୁ ଡାକ୍ତରଙ୍କର ପରାମର୍ଶ ନେଇ ପିଅନ୍ତୁ ।
କଲରା ଜୁସ ପ୍ରସ୍ତୁତ କରିବା ବହୁତ ସହଜ ଅଟେ । ଆପଣ ଏକ କଲରାକୁ ନେଇ ତାହାକୁ ସଫା କରି ମିକ୍ସିରେ ପେଶି ଦିଅନ୍ତୁ । ଏହାପରେ କଲରା ଜୁସରେ ଲୁଣ ମିଶାଇ ଦିଅନ୍ତୁ ।