ଓଡ଼ିଶା 365 (ବ୍ୟୁରୋ): ସନାତନ ଧର୍ମରେ ତୁଳସୀର ମହତ୍ତ୍ବ ଅନେକ ରହିଛି । ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷଙ୍କୁ ଖୁବ ପବିତ୍ର କୁହାଯିବା ସହ ଏହା ଏକ ପୂଜନୀୟ ବୃକ୍ଷ । ପ୍ରତ୍ୟେକଙ୍କ ଘର ଅଗଣାରେ ତୁଳସୀ ବୃକ୍ଷଙ୍କୁ ପୂଜା କରାଯାଇଥାଏ। ଏହା ଦ୍ୱାରା ଘରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ହେବା ସହ ଧନର ଅଭାବ ମଧ୍ୟ ରହିନଥାଏ । ଆପଣ ଅଧିକାଂଶ ସମୟରେ ଦେଖିଥିବେ ଯେ, ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ବେକରେ ତୁଳସୀମାଳା ଧାରଣ କରିଥାନ୍ତି । ଅଧିକାଂଶ ମହିଳାମାନେ ଏହି ମାଳିକୁ ଧାରଣ କରିଥାନ୍ତି ।
ହେଲେ ଆପଣ ଜାଣନ୍ତି କି ଏହି ମାଳି ଧାରଣ କରିବା ପଛରେ ଅନେକ ମହତ୍ତ୍ୱ ରହିଛି । ବୈଷ୍ଣବ ସମ୍ପ୍ରଦାୟର ଲୋକମାନେ ସବୁବେଳେ ଗଳାରେ ତୁଳସୀ ମାଳି ଧାରଣ କରିଥାନ୍ତି । ତୁଳସୀ ମାଳି ଧାରଣ କଲେ ଜନ୍ମ ଓ ମରଣ ଚକ୍ର ମୁକ୍ତି ପାଇବା ସହିତ ମୋକ୍ଷ ଲାଭ ହୋଇଥାଏ । ହିନ୍ଦୁ ଧର୍ମରେ ଯେଉଁ ବ୍ୟକ୍ତିମାନେ ଗଳାରେ ତୁଳସୀ ମାଳି ପିନ୍ଧିଥାନ୍ତି ସେମାନେ ଯମ ଯନ୍ତ୍ରଣା ଭୋଗିନଥାନ୍ତି ଏବଂ ବିଷ୍ଣୁଲୋକ ପ୍ରାପ୍ତି କରନ୍ତି ବୋଲି ବିଶ୍ୱାସ ରହିଛି । ଭଗବାନ ବିଷ୍ଣୁଙ୍କ ସୌଭାଗ୍ୟ, ସମର୍ପଣ ଓ ସାନ୍ନିଧ୍ୟର ପ୍ରତୀକ ହେଉଛି ତୁଳସୀ ମାଳା । ସେହିପରି କଣ୍ଠ ଦୋରେ ତୁଳସୀ ମାଳା ଧାରଣ କରିଲେ ସଂପୂର୍ଣ୍ଣ ତୀର୍ଥର ଫଳ ମଧ୍ୟ ମିଳିଥାଏ । ମୃତ୍ୟୁ ସମୟରେ ମଧ୍ୟ ଶ୍ମଶାନକୁ ତୁଳସୀ ବୃକ୍ଷ ଯାଇଥାଏ ।