ଓଡ଼ିଶା 365 (ବ୍ୟୁରୋ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଆହୁରି ବଢିଲା ଅଡ଼ୁଆ। ଆସନ୍ତା ୩୧ ତାରିଖରେ ହାଜର ହେବାକୁ ବିଧାୟକ ପ୍ରତାପଙ୍କୁ ସମନ କରିଛନ୍ତି ସାଲେପୁର ଜେଏମଏଫସି କୋର୍ଟ। ସ୍ୱତନ୍ତ୍ର ମେସେଞ୍ଜର ଜରିଆରେ କୋର୍ଟ ବିଧାୟକ ପ୍ରତାପ ଜେନାଙ୍କୁ ଏହି ନୋଟିସ ପଠାଇଛନ୍ତି । ଆଉ ସରକାରୀ ବାସଭବନରେ ବିଧାୟକଙ୍କ କାର୍ଯ୍ୟାଳୟ ତରଫରୁ ନୋଟିସ୍ ଗ୍ରହଣ କରାଯାଇଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ, ଡବଲ ମର୍ଡର ଘଟଣାରେ ବିଧାୟକଙ୍କ ସଂପୃକ୍ତି ଥିବା ନେଇ ମୃତକଙ୍କ ପରିବାର ଲୋକେ ସାଲେପୁର ଜେଏମଏଫସି କୋର୍ଟରେ ପ୍ରୋଟେଷ୍ଟ ପିଟିସନ ଫାଇଲ କରାଯାଇଥିଲା । ଧାରା ୩୦୨, ୫୦୬ , ୧୨୦ ବି ଆଧାରରେ ଉପଯୁକ୍ତ ତଥ୍ୟ ପ୍ରମାଣ ଓ ସାକ୍ଷୀମାନଙ୍କର ବୟାନକୁ ଗ୍ରହଣ କରି କୋର୍ଟ ୧୩ ନମ୍ବର ଅଭିଯୁକ୍ତ ଭାବେ ବିଧାୟକ ପ୍ରତାପ ଜେନାଙ୍କୁ ନୋଟିସ୍ କରିଛନ୍ତି ।