ଓଡ଼ିଶା 365 (ବ୍ୟୁରୋ): ପାର୍ବଣକୁ ଆଖିଆଗରେ ରଖି ଏବେ ଆକ୍ଟିଭ ମୋଡରେ କମିସନରେଟ ପୋଲିସ। ସହରକୁ ଅପରାଧମୁକ୍ତ କରିବାକୁ କମିଶନରେଟ ପୋଲିସ ବିଭିନ୍ନ ଜାଗାରେ ଚଢାଉ କରୁଛି। ଏହି କ୍ରମରେ କମିଶନରେଟ ପୋଲିସର ଜାଲରେ ପଡ଼ିଛି ନିଶାଦିଆ ଲୁଟେରା ଗ୍ୟାଙ୍ଗ ସହ ମାଷ୍ଟର ମାଇଣ୍ଡ ଲେଡି କୁଇନ୍ ମୁସ୍କାନ ଓରଫ ସରିଫା ଖାତୁନକୁ। ଦୀର୍ଘଦିନ ଧରି ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓ ନୟାଗଡର ସାନ ଲଣ୍ଡାକୁ ନେଇ ମୁଷ୍କାନ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ଯାତ୍ରୀଙ୍କୁ ନିଶାଦେଇ ଲୁଟପାଟ୍ ଚଳାଇଥିଲେ। ବିଶେଷକରି ଏମାନଙ୍କ ଟାର୍ଗେଟରେ ଥିଲେ ଥିଲେ ଛୁଟିରେ ଟ୍ରେନରେ ଆସୁଥିବା ଯବାନ । ଯବାନ ମାନେ ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କୁ ନିଜର ସୁନ୍ଦରତାରେ ଆକର୍ଷିତ କରି ଚା ପିଇବା କହି ସେଥିରେ ନିଶା ବଟିକା ଦେଇ ଅଚେତ୍ କରି ସାମାନଙ୍କୁ ଲୁଟୁଥିଲେ।
ତେବେ ପୋଲିସ ଏହି ଲୁଟେରା ଗ୍ୟାଙ୍ଗକୁ କାବୁ କରି ସେମାନଙ୍କ ଠାରୁ ବିଭିନ୍ନ ନିଶା ବାଟିକା ଜବତ କରିଛି। ଏହି ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତଙ୍କ ନାମରେ ଏକାଧିକ ଥାନାରେ ୧୦ ରୁ ଅଧିକ ମାମଲା ରହିଛି ।