ଓଡ଼ିଶା 365 (ବ୍ୟୁରୋ): ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ଦିନକୁ ଦିନ ଉଗ୍ର ହେଉଛି ଜନ ପ୍ରତିବାଦ। ସବୁ ମହଲରୁ ସିବିଆଇ ତଦନ୍ତ ଦାବି ହେଉଛି।ଏହି କ୍ରମରେ ସିବିଆଇ ତଦନ୍ତ ଦାବିରେ ଆସନ୍ତା ୧୬ ତାରିଖ ଅର୍ଥାତ୍ ସୋମବାର ରାଉରକେଲା ADM ଅଫିସ୍ ଘେରାଉ କରିବ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ସୁନ୍ଦରଗଡ଼ ଶାଖା । HRPC ଘଟଣାର ତଦନ୍ତ କରୁଥିବା ବେଳେ ଗତ ଅଗଷ୍ଟ ୧୬ ତାରିଖ ସକାଳୁ ୧୭ ତାରିଖ ସକାଳ ପର୍ଯ୍ୟନ୍ତ ସୁସ୍ମିତା ରହିଥିବା ହୋଟେଲ ଅନୁରାଗରେ ଶୁକ୍ରବାର ରାତି ପାଖାପାଖି ୮ଟାରେ HRPC ଟିମ୍ ପହଞ୍ଚି ତଦନ୍ତ କରିଥିଲା । ହୋଟେଲ କର୍ମଚାରୀ ଓ ମ୍ୟାନେଜରଙ୍କୁ ଜେରା କରିବା ସହ ସେମାନଙ୍କ ଠାରୁ HRPC ଅନେକ ତଥ୍ୟ ହାସଲ କରିଛି।
ପୂର୍ବରୁ ଉକ୍ତ ଘଟଣାରେ ସୁସ୍ମିତା ମିଞ୍ଜଙ୍କ ସ୍ୱାମୀ ସୁଶୀଲ ଟପ୍ନୋଙ୍କୁ HRPC ଜେରା କରିଥିଲା । ତେବେ ତଦନ୍ତ ପ୍ରକ୍ରିୟାରେ ସନ୍ଦେହ ପ୍ରକଟ କରି ସିବିଆଇ ତଦନ୍ତ ଦାବିରେ ଆସନ୍ତା ସୋମବାର ରାଉରକେଲା ADM ଅଫିସ୍ ଘେରାଉ କରିବ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା