ଓଡ଼ିଶା 365 (ବ୍ୟୁରୋ): ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ପାକିସ୍ତାନ ହାଇଭୋଲ୍ଟେଜ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ତେଣୁ ପ୍ରଥମେ ବ୍ୟାଟିଂ କରିବ ପାକିସ୍ତାନ । ସବୁଠୁ ବଡ କଥା ହେଉଛି ଡେଙ୍ଗୁ ଆକ୍ରାନ୍ତ ପରେ ଶୁଭମନ ଗିଲ ପୁଣି ପଡିଆକୁ ପେରିଛନ୍ତି । ଇଶାନ କିଷାନଙ୍କୁ ଆଜିର ମ୍ୟାଚରୁ ବାଦ ଦିଆଯାଇଛି । ତେବେ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ବିଶ୍ୱକପରେ ଦୁଇ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମନ୍ତ୍ରଣ ପାଇ ପାକିସ୍ତାନ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି। ବିଶ୍ୱକପ୍ ଇତିହାସରେ ଏହା ଦୁଇ ଦଳ ମଧ୍ୟରେ ଏହା ଅଷ୍ଟମ ମ୍ୟାଚ।
ସେପଟେ, ମ୍ୟାଚ ଦେଖିବା ପାଇଁ ବଲିଉଡର ଅନେକ ତାରକା ପହଞ୍ଚିଥିବାବେଳେ ଏଥିରୁ ବାଦ୍ ପଡିନଥିଲେ ବଲିଉଡ ଭାଇଜାନ ସଲମାନ ଖାନ୍ । ଖେଳ ଦେଖିବା ପାଇଁ ‘ବିଗ୍ବସ୍’ର ସୁଟି ଛାଡ଼ି ‘ଷ୍ଟାର୍ ସ୍ପୋର୍ଟସ’ର ଷ୍ଟୁଡିଓରେ ପହଞ୍ଚିଛନ୍ତି ସଲ୍ମାନ ଖାନ୍। ଷ୍ଟୁଡିଓରୁ ଭାଇଜାନ୍ଙ୍କ ପ୍ରଥମ ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍ ଓ ହରବଜନ ସିଂହଙ୍କୁ ଭେଟିଛନ୍ତି। ସେମାନଙ୍କୁ ଭେଟି ସେମାନଙ୍କ ସହ କିଛି ଆଲୋଚନା କରୁଥିବାର ନଜର ଦେଖିବାକୁ ମିଳିଛି । ଭାଇଜାନ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ସେୟାର୍ କରି ମ୍ୟାଚ୍ ପାଇଁ ନିଜର ଉତ୍ସୁକତା ପ୍ରକାଶ କରିଛନ୍ତି। ଭାଇଜାନଙ୍କୁ ଷ୍ଟୁଡିଓରେ ‘ଟାଇଗର୍-୩’ ଗେଟ୍-ଅପ୍ରେ ଦେଖିବାକୁ ମିଳିଛି ।
ଏଥର ମ୍ୟାଚରେ ବଲିଉଡର ଭେଟେରାନ କଣ୍ଠଶିଳ୍ପୀ ସୁଖବିନ୍ଦର ସିଂ, ଅରିଜିତ ସିଂ ଏବଂ ଶଙ୍କର ମହାଦେବନଙ୍କ ସ୍ୱରର ଝୁମିବେ ଦର୍ଶକ ।ଏହି ଐତିହାସିକ ମ୍ୟାଚ୍ରେ ଗୋଲ୍ଡେନ ଟିକେଟ୍ ପାଇଥିବା ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ, ରଜନୀକାନ୍ତ, ମାଷ୍ଟ୍ରର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମ୍ୟାଚରେ ଅଂଶଗ୍ରହଣ କରି ଭାରତୀୟ ଦଳକୁ ଉତ୍ସାହିତ କରୁଛନ୍ତି