ଓଡ଼ିଶା 365 (ବ୍ୟୁରୋ): ଛାତ୍ରୀ ନିବାସରେ ବିଶାକ୍ତ ଖାଦ୍ୟ ଖାଇ ୨୪ ଛାତ୍ରୀ ଅସୁସ୍ଥ। ସମସ୍ତ ଛାତ୍ରୀ କେନ୍ଦୁଝର ଜିଲ୍ଲା ଡିଡି କଲେଜ ନିକଟସ୍ଥ ଅନ୍ୱେଷା ସରକାରୀ ଛାତ୍ରୀ ନିବାସର। ଗତକାଲି ରାତ୍ରୀ ଭୋଜନରେ ବିଶାକ୍ତ ଖାଦ୍ୟ ଖାଇ ୨୪ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ସମସ୍ତଙ୍କ ବୟସ ୧୦ ରୁ ୧୨ ବର୍ଷ ହୋଇଥିବା ବେଳେ ଏବେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ଧିରେଧିରେ ସୁଧୁରୁଛି।
ସୂଚନା ଅନୁସାରେ, ଗତକାଲି ହଷ୍ଟେଲରେ ରନ୍ଧା ହୋଇଥିବା ଭାତ, ଡାଲମା ଖାଇ ବିଦ୍ୟାଳୟକୁ ଯାଇଥିଲେ ସମସ୍ତ ଛାତ୍ରୀ । ହଠାତ୍ ପାର୍ଥନା ସମୟରେ ଉକ୍ତ ଛାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ । ବିଦ୍ୟାଳୟରେ ସେମନଙ୍କର ପ୍ରାଥମିକ ଚିକିତ୍ସ କରିଥିଲେ ବିଦ୍ୟାଳୟ କତୃପକ୍ଷ ମାତ୍ର ସେଥିରେ କୌଣସି ସୁଫଳ ମିଳିପାରିନଥିଲା । ପରିସ୍ଥିତି ଜଟିଳ ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ବିଦ୍ୟାଳୟ କତୃପକ୍ଷ । ଏବେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ତେବେ ପିଲାମାନଙ୍କର ଏପରି ଅବସ୍ଥାର କାରଣ କଣ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଖାଦ୍ୟରେ କିଛି ବିଷାକ୍ତ ଜିନିଷ ପଡ଼ିଯିବା ନେଇ ଏପରି ହୋଇଛି, ନା ଆଉ କିଛି କାରଣ ଅଛି ସେ ନେଇ ଏବେ ତଦନ୍ତ ଚାଲିଛି ।