ଓଡ଼ିଶା 365 (ବ୍ୟୁରୋ) : ସାଧାରଣତ ଆପଣ ମାନେ ସମସ୍ତେ ଜାଣିଥାନ୍ତି ଖାଲି ପେଟରେ ପଇଡ଼ ପାଣି ପିଇବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ । କିନ୍ତୁ ଆପଣ ଜାଣନ୍ତିକି ବାସ୍ତବରେ ପଇଡ଼ ପାଣି ଶରୀରକୁ ଅନେକ ଉକାର ଦେଇଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭର ପୁର ହୋଇରହିଥାଏ ରହିଥାଏ । ଯାହା ଗ୍ୟାସ ସମସ୍ୟା ଦୂର କରିବା ସହିତ ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରାଇ ଥାଏ । ଖାଲି ସେତିକି ନୁହେଁ ଏହି ପଇଡ଼ ପାଣିର ଔଷଧୀୟ ମଧ୍ୟ ଅନେକ ରହିଛି । ଯେମିତିକି ଟିପ୍ଓଜନ ବୃଦ୍ଧି, ପେଟଥଣ୍ଡା ଆଦି ଅନେକ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ ।
ଏହାକୁ ସକାଳେ ପିଇବା ଫଳରେ ଆପଣଙ୍କୁ ଦିନସାରା ସତେଜ ଓ ଫୂର୍ତ୍ତି ରଖିବାରେ ସାହାର୍ଯ୍ୟ କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ଥାଇରଡ ହରମୋନକୁ ନିୟନ୍ତ୍ରଣ ରଖିବାରେ ସାହାର୍ଯ୍ୟ କରିବା ସହିତ କିଡ୍ନୀ ଷ୍ଟୋନ୍ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଏଥିସହିତ ଓଜନ କମ୍ କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିରେ କମ୍ ପରିମାଣର କ୍ୟାଲୋରି ଥାଏ। ଏହାକୁ ପିଇବା ଫଳରେ ଅନେକ ସମୟ ଭୋକ ହୋଇ ନ ଥାଏ ।