ଓଡ଼ିଶା 365 (ବ୍ୟୁରୋ): କଟକ ଜିଲ୍ଲା ବାଙ୍କୀର ରଣଶଂଖ ନିକଟରେ ସଡ଼କ ଦୁର୍ଘଟଣା ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି। ଟ୍ୟୁସନରୁ ଫେରୁଥିବାବେଳେ ଛାତ୍ରଙ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ। ଘଟଣାସ୍ଥଳରେ ୨ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଛାତ୍ର ଗୁରୁତର ହେବାରୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା ହେଲେ ଡାକ୍ତର ସାଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
ସୂଚନା ଅନୁସାରେ, ହରିରାଜପୁର ଗାଁର ୩ଜଣ ଦଶମ ଶ୍ରେଣୀ ଛାତ୍ର ଏକ ବାଇକ ଯୋଗେ ଚକୁଳେଶ୍ୱରରୁ ଟ୍ୟୁସନ୍ ସାରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବାଙ୍କୀରୁ କଟକ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ବାଇକ୍ର ସାମ୍ନାପଟୁ ଧକ୍କା ଦେଇଥିଲା । ୩ ଜଣ ଛାତ୍ର ସ୍ଥାନୀୟ ହରିରାଜପୁର ଗାଁର ଶୋହନ ନାୟକ, ଗୁଡୁ ପିରୋହୀ, ଅବନାଶ ଧଳ। ସେପଟେ ଦୁର୍ଘଟଣା ପରେ ପିକଅପ୍ ଗାଡ଼ିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଯାହକୁ ନେଇ ଉତେଜନା ମୂଳକ ପରିସ୍ଥିତି ଦେଖାଦେଇଥିଲା । ବାଙ୍କୀ ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ଗାଡ଼ିଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।