ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ଅଭିନେତ୍ରୀ ହାଜେଲ । ଯାହାଙ୍କୁ ଫିଲ୍ମ ବଡିଗାର୍ଡରେ କରୀନା କପୁରଙ୍କ ବନ୍ଧୁ ଭୂମିକାରେ ଦେଖିବାକୁ ମିଳିଥିଲା । ହେଲେ ବର୍ତ୍ତମାନ ସେ ତାଙ୍କ ଚୁଟିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଖବର ମୁତାବକ, ହାଜେଲ ଇନଷ୍ଟାଗ୍ରାମରେ ତାଙ୍କର ନୂଆ ହେୟାର ଷ୍ଟାଇଲର କିଛି ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ଅତ୍ୟଧିକ କେଶ ଝଡ଼ିବା କାରଣରୁ ମୁଁ କାଟିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ସବୁବେଳେ ଦେଖିଛି ଯେ ନୂଆ ମାଆମାନେ କେଶ କାଟନ୍ତି । ପ୍ରସବ ପରେ କେଶ ଝଡିବା ବିଷୟରେ ମୁଁ ଜାଣିଲି। ‘ଯେତେବେଳେ ମୁଁ ପୁନର୍ବାର କେଶ କାଟିଲି, ମୁଁ ସ୍ଥିର କଲି ଯେ କର୍କଟ ରୋଗରେ ପୀଡିତ ଲୋକମାନଙ୍କ ପାଇଁ ୱିଗ୍ ତିଆରି କରିବା ନେଇ ମୁଁ ମୋର କେଶ ଦାନ କରିବି। ଏହି ରୋଗ ପାଇଁ କେମୋଥେରାପି ସମୟରେ ତାଙ୍କର ସମସ୍ତ କେଶ, ଆଖିପତା ଚୁଟି ଝଡି ପଡେ । ସେଥିପାଇଁ ମୁଁ ଏହି ନିଷ୍ପତି ନେଇଛି ।
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘ମୁଁ ବର୍ତ୍ତମାନ ବ୍ରିଟେନରେ ଅଛି ଏବଂ ଦି ଲିଟିଲ ପ୍ରିନ୍ସେସ୍ ଟ୍ରଷ୍ଟକୁ ମୁଁ ମୋର କେଶ ଦାନ କରିଛି । ମୁଁ ଏହି ଦାନକୁ ତୁମ ସହିତ ବାଣ୍ଟିବାକୁ ଚାହୁଁଥିଲି । କାରଣ ଯେତେବେଳେ ମୁଁ ପ୍ରଥମେ କେଶ କାଟିଲି ସେତେବେଳେ ମୁଁ ଏହା ବିଷୟରେ ଜାଣି ନ ଥିଲି। ମୁଁ ଭାବିଲି ଯେ ସେଲୁନରେ ଆମେ ସୁନ୍ଦର ଦେଖାଯିବା ପାଇଁ କେଶକୁ କାଟି ଛୋଟ କରିଦେଉ । ହେଲେ ଆମେ ଯଦି କାହାର ଜୀବନକୁ ଟିକିଏ ଉନ୍ନତ କରିବା ପାଇଁ ଏହି ଉପାୟକୁ ଅନୁସରଣ କରିବା ତେବେ କେତେ ଭଲ ହେବ । ଥରେ ମୋ ପରି ଆପଣ ମାନେ ବି ଭାବନ୍ତୁ । ସେପଟେ ପତ୍ନୀଙ୍କ ଏଭଳି ନିଷ୍ପତି ଦେଖି ଖୁସି ହୋଇଛନ୍ତି କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ।