ଓଡ଼ିଶା 365 (ବ୍ୟୁରୋ) : ଆପଣ ଜାଣନ୍ତି କି ପାଟିକୁ ସ୍ୱାଦ ନହେଁ ବରଂ ଶରୀର ପାଇଁ ମଧ୍ୟ ମାଛ ଅନେକ ଉପକାରୀ ହୋଇଥାଏ । ଆପଣ ଦେଖିଥିବେ ଡାକ୍ତର ମାନେ ମଧ୍ୟ ମାଛ ଖାଇବା ପାଇଁ ଉପଦେଶ ଦେଇଥାନ୍ତି । ଏମିତିରେ ଦେଖିବାକୁ ଗଲେ ମାଛ ଖୁବ୍ ଗରମ ହୋଇଥିବାରୁ ଏହାକୁ ଶୀତ ଦିନେ ଖାଇଲେ ଦେହ ବେଶ ଗରମ ରହିଥାଏ। ତେବେତ ମାଛରେ ରହିଛି ଅନେକ ପୋଷକ ତତ୍ତ୍ୱ ଯେମିତିକି ପ୍ରୋଟିନ୍, କର୍ବୋହାଇଡ୍ରେଟ୍, ଓମେଗା-୩ ଫ୍ୟାଟି ଏସିଡ୍, ଭିଟାମିନ୍ ଡି’ ଓ ବି-୨ ମଧ୍ୟ ଭରପୁର ମାତ୍ରାରେ ରହିଥାଏ ।
ଦ୍ୱିପହରେ ମାଛ ଖାଇବା ଜରୁରୀ ହୋଇଥାଏ । କାରଣ ରାତ୍ରିରେ ଡାଇଜେଷ୍ଟ କରିବା ସହଜ ହୋଇନଥାଏ । ଏଥିପାଇଁ ମାଛ ଦିନକୁ ଥରେ ଓ ସପ୍ତାହକୁ ଦୁଇରୁ ତିନିଥର ଖାଇବା ଉଚିତ । ଖାଲି ସେକି ନୁହେଁ ମାଛ ଗରମ ହୋଇଥିବାରୁ ଏହା ଥଣ୍ଡାରୁ ମଧ୍ୟ ରକ୍ଷା କରେ ।
ମାଛ ଖାଇବା ଫଳରେ ଶୀତ ଦିନେ ଥଣ୍ଡା, କାଶ, ଜ୍ୱର ଓ ବ୍ୟାକ୍ଟେରିଆଲ ଇନଫେକ୍ସନ ମଧ୍ୟ ହୋଇନଥାଏ ବା ଏପରି ହେବାର ସମ୍ଭବନା ଖୁବ୍ କମ୍ ଥାଏ । ସେହିପରି ସ୍ତନ କର୍କଟ ଓ ପ୍ରୋଷ୍ଟେଟ୍ କ୍ୟାନସର ହେବା ଭୟ କମ୍ ରହିଥାଏ । ଏହା ସହିତ ମାଛ ଖାଇବା ଦ୍ବାରା ସ୍ମୃତି ଶକ୍ତି ବୃଦ୍ଧି ପାଇଥାଏ । ଖାଲି ସେତି ନୁହେଁ ବରଂ ମାନସିକ ବିକାରଗ୍ରସ୍ତ ରୋଗୀ ମାଛ ଖାଇବା ବହୁତ ଭଲ। ଏଥିରେ ଥିବା ପ୍ରୋଟିନ୍ ମସ୍ତିଷ୍କରେ ନୂତନ କୋଷିକା ନିର୍ମାଣ କରିବାରେ ସହାୟକ ହୋଇଥାଏ । ମାଛର ପ୍ରଭାବ ମଧ୍ୟ ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରିଥାଏ ।