ଓଡ଼ିଶା 365 (ବ୍ୟୁରୋ): ଖୁବଶୀଘ୍ର ରିଲିଜ୍ ହେବ ଫିଲ୍ମ ‘ଲିଓ’ । ହେଲେ ରିଲିଜ୍ ପୂର୍ବରୁ ‘ଲିଓ’ ଟିମ୍ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହା ଫିଲ୍ମର ରୋଜଗାର ଉପରେ ମଧ୍ୟ ବେଶ୍ ପ୍ରଭାବ ପକାଇପାରେ । ସାଉଥ୍ ସୁପରଷ୍ଟାର ଥାଲାପାଥି ବିଜୟଙ୍କ ଫିଲ୍ମ ଉପରେ ବର୍ତ୍ତମାନ କଡା ନଜର ରଖିଛି ପୋଲିସ । ସୂଚନା ଅନୁଯାୟୀ, ଚେନ୍ନାଇ ପୋଲିସ ଏକ ସ୍ୱତନ୍ତ୍ର ଦଳ ପ୍ରସ୍ତୁତ କରିଛି, ଯାହା ସରକାରଙ୍କ ଦ୍ୱାରା ଦିଆଯାଇଥିବା ଆଦେଶର ଉଲ୍ଲଂଘନ ନହେବାକୁ ପୂର୍ଣ୍ଣ ଯତ୍ନବାନ ହେବେ । ଏହା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାପୂର୍ବରୁ ଅକ୍ଟୋବର ୧୩ ରେ ରାଜ୍ୟ ସରକାର ପ୍ରେକ୍ଷାଳୟରେ ‘ଲିଓ’ର ସ୍କ୍ରିନିଂ ପାଇଁ କିଛି ସର୍ତ୍ତ ମଧ୍ୟ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଏହି ଫିଲ୍ମର କେବଳ ପାଞ୍ଚଟି ଶୋ ’ହୋଇପାରିବ, ଏଥିପାଇଁ ସରକାର ନିକଟରେ ଅନୁମତି ଦେଇଥିଲେ। ଫିଲ୍ମର ସ୍କ୍ରିନିଂ ଅକ୍ଟୋବର ୧୯ ରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ସକାଳ ୯ ଟାରୁ ୧.୩୦ ପର୍ଯ୍ୟନ୍ତ ଆରମ୍ଭ ହୋଇପାରେ । ହେଲେ ପ୍ରାତ ସମୟ ଅର୍ଥାତ୍ ସକାଳ ୪ ଟାରୁ ୬ ଟା ପର୍ଯ୍ୟନ୍ତ ଆରମ୍ଭ ହୋଇପାରିବ ନାହିଁ । ଏହାସହ ଏହି ଚଳଚ୍ଚିତ୍ର ଦେଖାଇବାକୁ ଚାହୁଁଥିବା ପ୍ରେକ୍ଷାଳୟର ମାଲିକମାନଙ୍କୁ ବିଶେଷ ଅନୁମତି ମଧ୍ୟ ନେବାକୁ ପଡିବ । ଏବଂ ମାଲିକମାନଙ୍କୁ ସୁରକ୍ଷା ବ୍ୟବସ୍ଥା ସହ ଯାନବାହନ ପାର୍କିଂ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ ।