ଓଡ଼ିଶା 365 (ବ୍ୟୁରୋ) : ଆଜିର ସମୟରେ ପ୍ରାୟ ସମସ୍ତେ ସ୍ଲିମ୍ ଓ ଫିଟ୍ ରହିବାକୁ ଚାହାଁନ୍ତି । ଆଉ ସେଥିପାଇଁ କିଏ କେତେ କଣ କରିବାକୁ ପଛାନ୍ତି ନାହିଁ । ତଥାପି ଦିନକୁ ଦିନ ବଦଳିବାରେ ଲାଗୁଛି ମଣିଷର ଆଧୁନିକ ଲାଇଫଷ୍ଟାଇଲ । ଆଉ ତା ସାଙ୍ଗକୁ ମାନବ ସମାଜ ପାଇଁ ଅଭିଶାପ ପାଲଟୁଛି ବିଭିନ୍ନ ରୋଗ, ଆଉ ସେଥିମଧ୍ୟରେ ମେଦବହୁଳତା ସମସ୍ୟା ହେଉଛି ମୁଣ୍ଡ ବିନ୍ଧାର ମଖ୍ୟ କାରଣ । ଯାହା ନିଜ ଭିତରେ ଅନେକ ରୋଗର କାରକ । ତେବେ ଡାଏଟ ଓ ନିଜ ଲାଇଫ୍ ଷ୍ଟାଇଲରେ କିଛିଟା ପରିବର୍ତ୍ତନ ଆପଣଙ୍କୁ ମୋଟାପାରୁ ଦୁରେଇ ରଖିବ । ତେବେ ଏହିଭଳି କିଛି ଉପାୟ ରହିଛି ଯାହା ଆପଣ ନିଜେ ପ୍ରୟୋଗ କରିପାରିବେ । ଯେମିତିକି ଚା’ କିମ୍ବା କଫିରେ ଚିନି ପକାନ୍ତୁ ନାହିଁ କିମ୍ୱା ଏଥିରେ କୁକିଜ୍,ରସ୍କ ବା ବିସ୍କେଟ୍ ଖାଆନ୍ତୁ ନାହିଁ ।
ଶୀଘ୍ର ରାତ୍ରି ଖାଦ୍ୟ ଖାଇବା ଅଭ୍ୟାସ ରଖନ୍ତୁ । ସମ୍ଭବ ହୁଏତ ମଧ୍ୟାନ ଭାଜନର ୭ ଘଣ୍ଟାପରେ ରାତ୍ରି ଭୋଜନ କରନ୍ତୁ ।
ଖାଦ୍ୟରେ କାର୍ବୋହାଇଡ୍ରେଟ୍ ମାତ୍ରାକୁ କମ ରଖନ୍ତୁ,ଯେମିତି ରୁଟି,ଭାତ,ବ୍ରେଡ୍,ଅନ୍ୟ ଶସ୍ୟ,ଆଳୁ ଓ ମିଠା ଠାରୁ ଦୁରେଇ ରୁହନ୍ତୁ । ଫଳ ରସ ପରିବର୍ତ୍ତେ ଫଳ ଖାଆନ୍ତୁ । ପ୍ୟାକେଟ୍ ଜୁସ୍ ପିଅନ୍ତୁ ନାହିଁ । ପ୍ରତି ଭୋଜନରେ କିଛି ପ୍ରୋଟିନ ରହିବା ଆବଶ୍ୟକ ଏହାକୁ ଅଧିକ ପେଟ ପୁରାଇବାକୁ ନିଆଯାଏ ତେଣୁ କାର୍ବୋହା ଇଡ୍ରେଟର ଇଛା କମିଯାଏ । ବାହାର ଖାଦ୍ୟ ବା ଜଙ୍କ୍ ଫୁଡ୍ ଖାଆନ୍ତୁ ନାହିଁ । ପ୍ରତ୍ୟକ ଦିନ ୭ରୁ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ଏବଂ ଶୀଘ୍ର ଉଠନ୍ତୁ । ଉଠିବା ସହ ସକାଳୁ ସକାଳୁ ୩୦ରୁ ୪୦ ମିନିଟ ବ୍ୟୟାମ କରନ୍ତୁ । ଯେମିତି ଚାଲିବା,ଦୌଡ଼ିବା,ସାଇକେଲିଂ,ସୁଇମିଂ କରନ୍ତୁ । ସପ୍ତାହକୁ ୫ ଦିନ ବ୍ୟୟାମ କରନ୍ତୁ । ସପ୍ତାହରେ ଦୁଇରୁ ତିନି ଦିନ ୩୦ ମିନିଟ୍ ପର୍ଯ୍ଯନ୍ତ ଷ୍ଟ୍ରେଂଥ୍ ଟ୍ରେନିଂ କରନ୍ତୁ । ଲଗାତର ବସନ୍ତୁ ନାହିଁ । ୩୦ ମିନିଟ ପରେ ବସିବାସ୍ଥାନରୁ ଉଠି ୧ରୁ ୨ ମିନଟ ପର୍ଯ୍ୟନ୍ତ ଚାଲନ୍ତୁ । ଦେଖିବେ ଖୁବ୍ ଶିଘ୍ର ମୋଟା ଥିଲେ ପତଳା ହେବା ସହିତ ନିଜେ ନିଜକୁ ଆକ୍ଟିଭ୍ ଅନୁଭୋବ କରିବେ ।