ଓଡ଼ିଶା 365 (ବ୍ୟୁରୋ): ଆତଙ୍କବାଦ ବିରୋଧରେ ପଞ୍ଜାବ ପୋଲିସକୁ ମିଳିଛି ବଡ଼ ସଫଳତା । ଶୁକ୍ରବାର ସକାଳେ ପଞ୍ଜାବ ପୋଲିସର ଷ୍ଟେଟ ଅପରେସନ୍ ସେଲ୍ ଲଶ୍କର-ଇ-ତାଇବା ସହିତ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ପ୍ରାଥମିକ ପଚରାଉଚରା ବେଳେ ଆତଙ୍କବାଦୀମାନେ ସ୍ୱୀକାର କରିଛନ୍ତି ଯେ ସେମାନେ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସିଛନ୍ତି।
ପଞ୍ଜାବ ପୋଲିସ କହିଛି, କେନ୍ଦ୍ରୀୟ ଏଜେନ୍ସି ସହ କରାଯାଇଥିବା ଅପରେସନରେ ଆମେ ବହୁତ ସଫଳତା ହାସଲ କରିଛୁ। ଏଠାରେ ଆମେ ମିଳିତ ଅପରେସନ୍ କରି ଲଶ୍କର ଆତଙ୍କବାଦୀଙ୍କୁ ଗିରଫ କରିଛୁ। ଏହି ଉଭୟ ନାଗରିକ ଜାମ୍ମୁ କାଶ୍ମୀରର ବାସିନ୍ଦା। ସେମାନଙ୍କଠାରୁ ୨ ଟି ଆଇଇଡି, ୨ ଟି ହ୍ୟାଣ୍ଡ ଗ୍ରେନେଡ, ୨ ଟି ମାଗାଜିନ ସହିତ ୧ ଟି ପିସ୍ତଲ, ୨୪ ଟି କାର୍ଟ୍ରିଜ, ୧ ଟି ଟାଇମର ସୁଇଚ, ୮ ଟି ଡିଟୋନେଟର ଏବଂ ୪ ଟି ବ୍ୟାଟେରୀ ଉଦ୍ଧାର କରାଯାଇଛି।
ପଞ୍ଜାବ ପୋଲିସ କହିଛି ଯେ ଏହି ଆତଙ୍କବାଦୀଙ୍କୁ ଲଶ୍କର-ଇ-ତାଇବା ର ସକ୍ରିୟ ସଦସ୍ୟ ଫିରଡସ୍ ଅହମ୍ମଦ ଭଟ ପରିଚାଳନା କରୁଛନ୍ତି ଏବଂ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନେ ପଞ୍ଜାବରେ ଅଶାନ୍ତି ବ୍ୟାପିବା ଉଦ୍ଦେଶ୍ୟରେ ଆସିଛନ୍ତି। ଆତଙ୍କବାଦୀମାନେ ଦୀର୍ଘ ଦିନ ଧରି ଜାମ୍ମୁ କାଶ୍ମୀର ସମେତ ପଞ୍ଜାବର ଏହି ଅଞ୍ଚଳରେ ଅପରାଧ କରିବାକୁ ଚିନ୍ତା କରୁଛନ୍ତି। ଏହି ଆତଙ୍କବାଦୀଙ୍କୁ ଧରିବା ପାଇଁ ସୀମା ରାଜ୍ୟରେ ପୋଲିସକୁ ସତର୍କ କରାଯାଇଛି।