ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ହମାସ ଆତଙ୍କବାଦୀଙ୍କୁ ମୂଳରୁ ସମାପ୍ତ କରିବା ପାଇଁ ଇସ୍ରାଏଲ ଏକପ୍ରକାର ଶପଥ ନେଇଥିବା ବେଳେ ହମାସ ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ଚାରିପଟୁ ଆକ୍ରମଣ କରୁଛି ଇସ୍ରାଏଲ । ସେପଟେ ଲେବନାନ୍ ସୀମାରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। କାତାରର ଅଲ-ଜଜିରା ଟିଭି କହିଛି ଯେ ଆମର ଦୁଇ କର୍ମଚାରୀ ଏଲି ବ୍ରାଖିଆ ଏବଂ ସାମ୍ବାଦିକ କାର୍ମାନ ଜୁଖଦାର ଆହତ ହୋଇଛନ୍ତି।
ଗତ ଶୁକ୍ରବାର ଦିନ ଲେବାନନ୍-ଇସ୍ରାଏଲ୍ ସୀମାରେ ଇସ୍ରାଏଲ୍ ସୈନିକ ଏବଂ ଲେବାନନ୍ ଉଗ୍ରବାଦୀ ସଂଗଠନ ହିଜବୁଲ ମଧ୍ୟରେ ତୀବ୍ର ଗୁଳି ବିନିମୟ ହୋଇଥିଲା। ଖବର ଅନୁଯାୟୀ, ଏହି ଗୁଳିରେ ଜଣେ ରଏଟର୍ସ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଏଟର୍ସ ଏକ ବିବୃତ୍ତି ଜାରି କରି କହିଛି ଯେ ଲେବାନନ୍ ସୀମାରେ ଇସ୍ରାଏଲ୍ ଗୁଳିରେ ଏହାର ଭିଡିଓଗ୍ରାଫର ଇସାମ ଅବଦୁଲ୍ଲାଙ୍କୁ ହତ୍ୟା କରାଯାଇଛି।
ଦୁଇ ସାମ୍ବାଦିକ ଟାୟର ଅଲ ସୁଦାନୀ ଏବଂ ମେହେର ନାଜା ଆହତ ହୋଇଛନ୍ତି। ରଏଟର୍ସ କହିଛି ଯେ ଆମେ ଏ ବାବଦରେ ଅଧିକ ତଥ୍ୟ ସଂଗ୍ରହ କରୁଛୁ। ଏହା ବ୍ୟତୀତ ମୃତ ସାମ୍ବାଦିକ ତଥା ଆହତ କର୍ମଚାରୀଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ଅକ୍ଟୋବର ୭ ରେ, ଇସ୍ରାଏଲ ୫୦୦୦ ରକେଟ ସହିତ ହାମାସ ଦ୍ୱାରା ଆକ୍ରମଣ କରିଥିଲା, ଯେଉଁଥିପାଇଁ ଇସ୍ରାଏଲ ଯୁଦ୍ଧ ଘୋଷଣା କଲା ।