ଓଡ଼ିଶା 365 (ବ୍ୟୁରୋ): ଐତିହାସିକ କଟକ ବାଲିଯାତ୍ରା ପାଇଁ ତାରିଖ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏଥର ୮ ଦିନ ପାଇଁ ଅନୁଷ୍ଠିତ ହେବ ଏହି ଐତିହାସିକ ବାଲିଯାତ୍ରା। ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖରେ ଶେଷ ହେବା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷର ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନେଇ ଶୁକ୍ରବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।
ଚଳିତବର୍ଷ ଓରମାସ୍ର ଷ୍ଟଲ୍ ସଂଖ୍ୟା ୪ଶହକୁ ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲିଯାତ୍ରକୁ ପର୍ଯ୍ୟଟନ ପଞ୍ଜୀକାରେ ସ୍ଥାନୀତ କରିବାକୁ ନିଷ୍ପତ୍ତି ହୋଇଛି । ବାଲିଯାତ୍ରାର କଳେବର ବୃଦ୍ଧି ସହ ବିଶାଳ ଆୟୋଜନକୁ ଦୃଷ୍ଟିରେ ରଖି ସରକାର ଆର୍ଥିକ ଅନୁଦାନ ବୃଦ୍ଧି କରିବା ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଛି । ବାଲିଯାତ୍ରାକୁ ସୁରକ୍ଷିତ ତଥା ଶୃଙ୍ଖଳିତ କରିବା ପାଇଁ ଟ୍ରାଫିକ ପରିଚାଳନା ସୁବ୍ୟବସ୍ଥିତ କରିବା, ଅତିରିକ୍ତ ଫୋର୍ସ ନିୟୋଜନ ଆଜି ଉପରେ ଆଲୋଚନା ହୋଇଛି।