ଓଡ଼ିଶା 365 (ବ୍ୟୁରୋ): ସଲମାନ ଖାନ ଯିଏ ଏବେ ବଲିଉଡର ଭାଇଜାନ ନାମରେ ବେଶ୍ ପରିଚିତ ନିଜର ଦମଦାର୍ ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍ ଲୁକ୍ ପାଇଁ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କ ଚେହେରାରେ ଅନେକ ଝିଅ ଏବେ ବି ଦିୱାନୀ ହୋଇଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ଫଲୋର୍ସ ମଧ୍ୟ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ସମସ୍ତଙ୍କ ହୃଦୟରେ ଭାଇଜାନ ହୋଇ ରାଜ୍ କରୁଛନ୍ତି ସଲମାନ ।
ହେଲେ ବର୍ତ୍ତମାନ ତାଙ୍କୁ ଏକ ନୂଆ ଲୁକରେ ଦେଖିବାକୁ ମିଳିବ । ସୂଚନାନୁସାରେ, ସଲମାନ ଏକ ନୂଆ ଫିଲ୍ମ ପାଇଁ ପ୍ରସ୍ତୁତ ହେଉଛନ୍ତି ଯେଉଁଥିରେ ତାଙ୍କୁ ପାରାମିଲିଟାରୀ ଅଫିସର ଭୂମିକାରେ ଦେଖିବାକୁ ମିଳିବ । ଏଥିପାଇଁ ସେ ଜିମରେ କଠିନ ପ୍ରଶିକ୍ଷଣ ନେଉଛନ୍ତି ଏବଂ ଡାଏଟ ମଧ୍ୟ କରୁଛନ୍ତି ।
ସୂଚନା ଅନୁଯାୟୀ, ପୂର୍ବରୁ ସଲମାନ ତାଙ୍କ ଫିଲ୍ମ ସୁଲତାନ ପାଇଁ ଯାହା କରିଥିଲେ ତାହା ସହିତ ସମାନ ହେବ ଏହି ଆଗାମୀ ଚଳଚ୍ଚିତ୍ର । ଏହି ମୁଭିଟି ମାଲଦ୍ୱୀପରେ ୧୯୮୮ରେ ହୋଇଥିବା ଆକ୍ରମଣ ଉପରେ ଆଧାରିତ ହେବ । ଏହି ଅପରେସନ ସମୟରେ ଭାରତୀୟ ସେନା ବ୍ୟବସାୟୀ ଅବଦୁଲ୍ଲା ଲୁଥଫିଙ୍କ ନେତୃତ୍ୱରେ ଏକ ମାଲଦ୍ୱୀପ ଗୋଷ୍ଠୀ ସରକାରଙ୍କୁ ବହିଷ୍କାର କରିବା ଉଦ୍ୟମକୁ ଖଣ୍ଡନ କରିଥିଲେ। ଯାହା ଏହି ଫିଲ୍ମରେ ଦେଖିବାକୁ ମିଳିବ ।