ଓଡ଼ିଶା 365 (ବ୍ୟୁରୋ): ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ଇସ୍ରାଏଲ-ହାମାସ ଯୁଦ୍ଧ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ପୁଟିନ କହିଛନ୍ତି ଯେ ହାମାସ ଇସ୍ରାଏଲ ଉପରେ ନିର୍ଦ୍ଦୟ ଆକ୍ରମଣ କରିଥିଲା କିନ୍ତୁ ବର୍ତ୍ତମାନ ଇସ୍ରାଏଲ ଦ୍ୱାରା କରାଯାଉଥିବା ଆକ୍ରମଣ ମଧ୍ୟ ଅତି ନିଷ୍ଠୁର ଅଟେ। ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ପ୍ରଥମ ଥର ପାଇଁ ରୁଷ ରାଷ୍ଟ୍ରପତି ଦେଶ ବାହାରକୁ ଯାଇଛନ୍ତି। କିର୍ଗିଜସ୍ଥାନର ରାଜଧାନୀରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମଧ୍ୟ ପୂର୍ବରେ କ’ଣ ଘଟୁଛି ଋଷ ଜାଣିଛି। ଇସ୍ରାଏଲ୍ ଗାଜା ଅଞ୍ଚଳକୁ ଅବରୋଧ କରିଛି। ଇସ୍ରାଏଲ୍ କ୍ରମାଗତ ଭାବରେ ଏୟାର ଷ୍ଟ୍ରାଇକ୍ କରୁଛି।
ପୁଟିନ କହିଛନ୍ତି, ଇସ୍ରାଏଲ ଏକ ବଡ଼ ଧରଣର ଜବାବ ଦେଉଛି ଏବଂ ଅତି ନିଷ୍ଠୁର ଢଙ୍ଗରେ ମଧ୍ୟ ଜବାବ ଦେଉଛି। ସେ କହିଛନ୍ତି, “ଗାଜା ଉପରେ ହୋଇଥିବା ଆକ୍ରମଣ ସଂପର୍କରେ ଆମେରିକାରେ ଆଲୋଚନା ଚାଲିଛି। ପୁଟିନ କହିଛନ୍ତି, “ମୋ ଦୃଷ୍ଟିକୋଣରୁ ଏହା ଗ୍ରହଣୀୟ ନୁହେଁ। ସେଠାରେ (ଗାଜା) ୨ ମିଲିୟନରୁ ଅଧିକ ଲୋକ ବାସ କରନ୍ତି। ଏହି ସମସ୍ତ ଲୋକ ହାମାସକୁ ସମର୍ଥନ କରନ୍ତି ନାହିଁ, କିନ୍ତୁ ମହିଳା ଏବଂ ଶିଶୁଙ୍କ ସମେତ ସମସ୍ତେ ଯନ୍ତ୍ରଣା ଭୋଗିବେ।”
ଗାଜା ଅଞ୍ଚଳର ଲୋକଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି ଯେ ଆଜ୍ଞା ହଁ ଏହା ଗ୍ରହଣ କରିବା ସହଜ ନୁହେଁ। ସଂଳାପ ମାଧ୍ୟମରେ ଇସ୍ରାଏଲ-ଗାଜାରେ ସାମ୍ପ୍ରତିକ ସଙ୍କଟର ସମାଧାନ ପାଇଁ ପୁଟିନ ଆହ୍ୱାନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଋଷ ସାହାଯ୍ୟ କରିପାରିବ କାରଣ ଏହାର ଉଭୟ ପକ୍ଷ ସହ ସମ୍ପର୍କ ରହିଛି।