ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ଆତଙ୍କବାଦ ବଢ଼ିବାରେ ଲାଗିଛି । ଯାହା ପୁରାବିଶ୍ୱ ସାମ୍ମନାରେ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ଯାହାର ଉଦାହରଣ ଇସ୍ରାଏଲ ଓ ହମାସର ସ୍ଥିତି । ଆଉ ଯେଉଁଥିରେ ବଳିପଡୁଛନ୍ତି ସାଧାରଣଜନତା । ଯୁଦ୍ଧର ବିଭୀଷିକା ମଧ୍ୟରେ ଗଡିଲାଣି ୪ହଜାରରୁ ଜୀବନ । ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଚିନ୍ତାରେ ରହିଛି ବିଶ୍ୱ । ଆତଙ୍କବାଦୀ ସବୁ କ୍ଷେତ୍ର ହେଉଛି ମାନବଜାତିର ବିରୋଧୀ । ଏବେ ଶାନ୍ତି ଓ ଭାଇଚାରାର ସମୟ। ଏହାଦ୍ୱାରା ବିଶ୍ୱବାସୀ ଏକାଠି ଚାଲିଲେ ସଭିଏଁ ଆଗକୁ ଯିବାକୁ ସକ୍ଷମ ହୋଇପାରିବେ । ମାତ୍ର ଆତଙ୍କବାଦର ପରିଭାଷା ଉପରେ ସହମତି ନ ମିଳିବା ଦୁଃଖର ବିଷୟ। ବିଶ୍ୱ ଆଜି ଯେଉଁ ସଂଘର୍ଷର ସାମ୍ନା କରୁଛି ସେଥିରୁ କାହାକୁ କିଛି ଲାଭ ମିଳିବ ନାହିଁ । ମାତ୍ର ବିଶ୍ୱ ମାନବତା ଆଧାରରେ ଆଗକୁ ବଢିବାର ଆବଶ୍ୟକତା ରହିଛି । ବିଭାଜିତ ବିଶ୍ୱ ମାନବିକତା ସମ୍ମୁଖୀନ ହେଉଥିବା ସମସ୍ୟା ଏବଂ ଆହ୍ୱାନର ସମାଧାନ ସୁନିଶ୍ଚିତ କରିପାରିବ ନାହିଁ ।
ବିଶ୍ୱସ୍ତରରେ ପରସ୍ପର ଉପରେ ବିଶ୍ୱାସ କରିବା ରାସ୍ତାରେ ଥିବା ପ୍ରତିବନ୍ଧକକୁ ଆମକୁ ଦୂର କରିବାକୁ ପଡିବ । ଶାନ୍ତି ଓ ଭାଇଚାରା ସହ ଏକାଠି ଆଗକୁ ବଢିବାର ସମୟ ଆସିଛି, ଆତଙ୍କବାଦ କେତେବଡ ଚ୍ୟାଲେଞ୍ଜ ତାହା ସାରା ବିଶ୍ୱ ଏବେ ଅନୁଭବ କରୁଛି । ଏହା ବିଶ୍ୱ ସମ୍ମୁଖରେ ସବୁଠାରୁ ବଡ ଆହ୍ୱାନ ଏବଂ ଏହାକୁ କଡାକଡି ଭାବେ ମୁକାବିଲା କରିବାକୁ ପଡିବ । ଆମକୁ ବିଶ୍ୱ ବିଶ୍ୱାସ ସଂକଟରୁ ମୁକୁଳି ମାନବ କେନ୍ଦ୍ରୀତ ଚିନ୍ତାଧାରାରେ ଆଗକୁ ବଢିବାକୁ ପଡିବ । ବିଶ୍ୱ ପାଇଁ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଯେତେ ଅଧିକ ଅଂଶଗ୍ରହଣ କରିବୁ, ସମଗ୍ର ବିଶ୍ୱରେ ଆମର ପ୍ରଭାବ ସେତେ ଅଧିକ ରହିବ, ସାରା ବିଶ୍ୱ ଏକାଠି ହେଲେ ଆତଙ୍କବାଦର ବିଲୋପ ଘଟିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।