ଓଡ଼ିଶା 365 (ବ୍ୟୁରୋ) : ପ୍ରକାଶ ପାଇଲା ଚଳିତ ବର୍ଷର ବିଶ୍ୱ କ୍ଷୁଧା ତାଲିକା । ଉକ୍ତ ତାଲିକାରେ ଆମ ଦେଶ ଭାରତର ସ୍ଥାନ ୧୧୧ ତମ ସ୍ଥାନରେ ରହିଛି । ବିଗତ ବର୍ଷ ୨୦୨୨ରେ ଦେଶର ସ୍ଥାନ ୧୦୭ରେ ରହିଥିବା ବେଳେ ଚଳିତ ବର୍ଷ ଆହୁରି ବୃଦ୍ଧି ପାଇଛି । ବିଶ୍ୱର ୧୨୫ ଦେଶ ମଧ୍ୟରେ ୧୧୧ ତମ ସ୍ଥାନରେ ରହିଛି ଭାରତ । ତେବେ ରିପୋର୍ଟ ଅନୁସାରେ ଖାଦ୍ୟ ସଙ୍କଟ କ୍ଷେତ୍ରରେ ଭାରତର ସ୍ଥିତି ପାକିସ୍ତାନ, ବାଲାଂଦେଶ ଓ ନେପାଳ ଠାରୁ ଆହୁରି ଗମ୍ଭୀର ଥିବା କୁହାଯାଇଛି ।
ଯଦିଓ ଏହାକୁ ଖଣ୍ଡନ କରିଛନ୍ତି ଭାରତ ସରକାର । ତେବେ ଏହାକୁ ନେଇ ଭାରତ ସରକାର କହିଛନ୍ତି ଏହି କ୍ଷୁଧା ସୂଚୀ ମାପଦଣ୍ଡ ତ୍ରୁଟିପୂର୍ଣ୍ଣ । ଏହି ତାଲିକା ଭାରତର ବାସ୍ତବିକ ସ୍ଥିତିକୁ ପ୍ରତିଫଳିତ କରୁନଥିବା କଥା କହିଛନ୍ତି ଭାରତ ସରକାର । ତେବେ ଯଦି ଏହି ତାଲିକା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ବା ବିଶ୍ବ କ୍ଷୁଧା ସୂଚୀ ସତ୍ୟ ହୁଏ ଭାରତରେ କ୍ଷୁଧା ସ୍ଥିତି ଅତ୍ୟନ୍ତ ଗମ୍ଭୀର । କେବଳ ଏତିକି ନୁହେଁ, ଦେଶରେ ଚାଇଲ୍ଡ ୱେଷ୍ଟିଂ ରେଟ୍ ବା ବାଳ କୁପୋଷଣ ସ୍ଥିତି ୧୮.୭ ପ୍ରତିଶତ ସହ ସବୁଠୁ ଅଧିକ ରହିଛି । ଭାରତର ସ୍ଥିତି ଗତବର୍ଷ ଠାରୁ ଆହୁରି ଖରାପ ହୋଇଥିବା ଏଥିରେ ଦର୍ଶାଯାଇଛି ।