ଓଡ଼ିଶା 365 (ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରୁ ସେକ୍ସ ରାକେଟ ଠାବ କରିଛି ବଲାଙ୍ଗୀର ପୋଲିସ। ଘଟଣାସ୍ଥଳରୁ ପୋଲିସ ଜଣେ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକମାନେ ପାଟଣାଗଡ଼ ବଡ଼ପଡ଼ାର ପଞ୍ଚା ମେହେର ଓ ପଢ଼େଲ ଗାଁର ସମ୍ପଦ ପୋଢ଼ ବୋଲି ଜଣାପଡ଼ିଛି। ଦୀର୍ଘଦିନ ହେବ ଏଠାରେ ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲିଥିଲା ବୋଲି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଥିଲା ପୋଲିସ। ଏହାପରେ ପେଲିସ ସେଠାରେ ଚଢାଉ କରି ତିନି ଜଣଙ୍କୁ ଧରିଛି।
ପଞ୍ଚା ମେହେର ଓ ସମ୍ପଦ ପୋଢ଼ ଉକ୍ତ ଯୁବତୀଙ୍କୁ ବଲାଙ୍ଗୀର ଷ୍ଟେସନରୁ ଏଠାକୁ ଆଣି ଅନୈତିକ କାର୍ଯ୍ୟରେ ଲିପ୍ତ କରାଇଥିଲା। ପାଟଣାଗଡ଼ ଥାନାରେ ଏହି ଘଟଣାକୁ ନେଇ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ୍ଡିପିଓ ଜ୍ୟୋତିର୍ମୟ ଭୁକ୍ତା।