ଓଡ଼ିଶା 365 (ବ୍ୟୁରୋ): ବାରବାଟୀ କଟକ ବିଧାନସଭା ନିର୍ବାଚନୀ ମାମଲା ଉପରେ ଶୁକ୍ରବାର ହାଇକୋର୍ଟରେ ସାକ୍ଷୀ ଦେଇ ଥାଆନ୍ତେ ବିଧାୟକ ମହମ୍ମଦ ମୋକିମ୍ । ଅନ୍ୟ ତାରିଖରେ ଉପସ୍ଥିତ ହେବା ଲାଗି ଆବେଦନ କରି ସେ ଆଜି କୋର୍ଟରେ ହାଜର ହୋଇନାହାନ୍ତି। ଏଣୁ ମୋକିମଙ୍କ ଆବେଦନ ଅଗ୍ରାହ୍ୟ କରି ୧୦ ହଜାର ଟଙ୍କାର ତଣ୍ଡ ଜମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ହାଇକୋର୍ଟ ବାର୍ ୱେଲଫେୟାର ଫଣ୍ଡରେ ମୋକିମ ଏହି ୧୦ ହଜାର ଟଙ୍କା ଦାଖଲ କରିବେ । ସୋମବାର ସୁଦ୍ଧା ଏହି ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।