ଓଡ଼ିଶା 365 (ବ୍ୟୁରୋ) : ମାଟିରେ ମିଶିବ ଇସଲାମୀୟ ଆତଙ୍କବାଦୀ ସଂଗଠନ ହାମାସ । ଇସ୍ରାଏଲରେ ସରକାର ଏବଂ ବିରୋଧୀ ମେଣ୍ଟ ଏନେଇ କରିଛନ୍ତି ରଣନୀତି । ଦେଶ ଆଗ ଦଳ ପଛ ନୀତିରେ ଗଠନ ହୋଇଛି ଏକତା ସରକାର । ଇସ୍ରାଏଲ ନାଗରିକଙ୍କ ଉପରେ ଆକ୍ରମଣ ପରେ ଘଟିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲରେ ଏକତା ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନେତ୍ୟାନେହୁ । ଇସ୍ରାଏଲ୍ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ବନ୍ଧକମାନଙ୍କୁ ମୁକ୍ତ ନକରିବା ପର୍ଯ୍ୟନ୍ତ ଗାଜାରେ ବିଦ୍ୟୁତ୍, ଜଳ ଏବଂ ଇନ୍ଧନ ଯୋଗାଣ ବନ୍ଦ ରହିବ । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ବିରୋଧୀଦଳ ନେତା ବେନି ଗାଣ୍ଟଜଙ୍କ ଏବେ ମିଳିତ ସରକାରରେ ନେତୃତ୍ୱ ନେଉଛନ୍ତି । ଦେଶରେ ଜରୁରୀକାଳୀନ ପରିସ୍ତିତି ଜାରି ହୋଇଥିବା ବେଳେ ଏକତା ସରକାର ଗଠନ ଆତଙ୍କବାଦୀଙ୍କୁ ନିପାତ କରିବ ।
ଉଭୟ ନେତା ଯୁଦ୍ଧ ସମୟରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ନେଇ ନିଷ୍ପତ୍ତି ନେବେ । ଏହି ସରକାର ଯୁଦ୍ଧବେଳେ ସମସ୍ତ ନିଷ୍ପତ୍ତି ନେବ । ଏବେ ଇସ୍ରାଏଲକୁ ଇଜିପ୍ଟ, ଲେବାନନ, ଇରାନ ଆଡୁ ବିପଦ ରହିଛି । ଯଦି ତିନି ଦେଶ ଇସ୍ରାଏଲ ଉପରେ ଆକ୍ରମଣ କରନ୍ତି ତେବେ ୟୁନିଟି ସରକାର ସଠିକ୍ ନିଷ୍ପତ୍ତି ନେବା ସହ ଯୁଦ୍ଧ ଲଢ଼ିବ । ୭ ଅକ୍ଟୋବର ୨୦୨୩ରେ ହମାସ୍ ହଠାତ୍ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ହମାସର ଷଡ଼ଯନ୍ତ୍ର ଇସ୍ରାଏଲ ଜାଣିପାରିନଥିଲା । ଶାନ୍ତିର ପ୍ରସ୍ତାବ ରଖି ଦୁଇ ବର୍ଷ ହେଲା ଆକ୍ରମଣ ପାଇଁ ରଣନୀତି କରିଥିଲା ହମାସ । ଏଥିପାଇଁ ଇରାନ ଏବଂ ପାଲେଷ୍ଟାଇନ ସମସ୍ତ ସହାୟତା ଯୋଗାଇଥିଲେ । ଯାହା ଫଳରେ ହମାସ ଏତେବଡ଼ ଆକ୍ରମଣ କରିପାରିଲା । ଏପର୍ଯ୍ୟନ୍ତ ୪ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।
ଆତଙ୍କବାଦୀମାନେ ସୀମା ଅଂଚଳରୁ ବହୁ ସଂଖ୍ୟକ ଲୋକଙ୍କୁ ବନ୍ଧକ ରଖିଛନ୍ତି । ଇସ୍ରାଏଲର ବୋମା ମାଡ଼ରେ କେବ ୧୧୦୦ଆତଙ୍କବାଦୀ ନିହତ ହୋଇଛନ୍ତି । ହାମାସର ଆକ୍ରମଣ ପରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟାଭ ଗାଲାଣ୍ଟ ଗାଜା ଦଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗାଜାରେ ଜରୁରୀକାଳୀନ ପରିସ୍ଥିତିରେ ଜେନେରେଟର ଚଳାଇବା ପାଇଁ ବିଦ୍ୟୁତ୍ କିମ୍ବା ଇନ୍ଧନ ନାହିଁ । ଏଭଳି ସ୍ଥିତିରେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କ ମଧ୍ୟରେ ଲୁଚିରହିଛନ୍ତି ।